ହରଭଙ୍ଗା: ଆଜି ଦିନ ସାଢେ ୧୧ଟା ସମୟରେ ବୀରନରସିଂହପୁର ପେଟ୍ରୋଲ ଟାଙ୍କି ସମ୍ମୁଖ ଦେଇ ଯାଇଥିବା ୫୭ନଂ ଜାତୀୟ ରାଜପଥରେ ଜଣେ ବୃଦ୍ଧଙ୍କୁ ଧକ୍କା ଦେଇ ଏକ କାର ରାସ୍ତା ପାର୍ଶ୍ଵରେ ଥିବା କ୍ଷେତକୁ ପଶି ଯାଇଥିବା ଦେଖିବାକୁ ମିଳିଛି। କାର ଧକ୍କାରେ ଗୁରୁତର ଆହତ ହୋଇ ବିରାମଚନ୍ଦ୍ରପୁର ଗ୍ରାମର ଅଗାଧୁ ଦାସ ନାମକ ଜଣେ ବୃଦ୍ଧ ଆହତ ହୋଇଥିଲେ |

Advertisment

ଆହତ ଅଗାଧୁଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନା ମତେ ବୃଦ୍ଧ ଜଣକ ଗାଧୋଇବା ପାଇଁ ନାଳକୁ ଯାଉଥିବା ବେଳେ ଚାରିଛକ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର ତାଙ୍କୁ ଧକ୍କାଦେଇ ରାସ୍ତା ତଳକୁ ଖସି ପଡ଼ିଥିଲା। ବୌଦ୍ଧ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।