ଜହ୍ନାପଙ୍କ: ବୌଦ୍ଧ-ବଲାଙ୍ଗୀର ଜାତୀୟ ୫୭ ନଂ ଜାତୀୟ ରାଜପଥ ସକାଳ ପ୍ରାୟ ୬.୧୫ ମିନିଟରେ ବୁରକଟା ଛକ ନିକଟରେ ଆଜି ସକାଳୁ ଏକ ଦୁର୍ଘଟଣା ଘଟିଛି | କାର୍ ନଂ ଓଡି ୩୩ ଏଚ୍ ୧୬୨୨ ଆଜି ସକାଳୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ୩ଟି ସୁରକ୍ଷା ଖମ୍ବକୁ ଧକ୍କା ଦେଇ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା |
ତେବେ ଦୁର୍ଘଟଣା ପରେ ଏୟାରବ୍ୟାଗ ବାହାରି ପଡ଼ିବାରୁ କାହାର କିଛି ହୋଇନଥିଲା। ସୂଚନାଯୋଗ୍ୟ ଯେ ଫୁଲବାଣୀର ଏକ ପରିବାର ସମ୍ବଲପୁରରୁ କାମ ସାରି ନିଜ ଘର ଫୁଲବାଣୀକୁ ଫେରୁଥିବା ବେଳେ ବୁରକଟା ନିକଟରେ ଡ୍ରାଇଭରର ଆଖି ଲାଗିଯିବାରୁ କାରଟି ଦୁର୍ଘଟଣା ହୋଇଥିଲା। କାରରେ ଦୁଇ ମହିଳା ଦୁଇ ପୁରୁଷ ଓ ଦୁଇ ଶିଶୁ ଥିବା ଜଣାଯାଇଛି। ଘଟଣାସ୍ଥଳରେ ଜହ୍ନାପଙ୍କ ପୁଲିସ ପହଁଚି ଗାଡିକୁ ଜବତ କରି ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/dc49a7fd-a088-48c1-99a0-c1143a71d9cd-1.jpg)