ପୁରୁଣାକଟକ: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା କଳାଖଣ୍ଡିଠାରେ କାର ଧକ୍କାରେ ଜଣେ ନାବାଳିକା ଗୁରୁତର ହୋଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ମତେ ସୋମବାର ଦିନ ୧୨ଟା ସମୟରେ କଳାଖଣ୍ଡି ଗ୍ରାମର ରୁନିତା ଭୋଇ (୧୧) ନିଜ ସମ୍ପର୍କୀୟଙ୍କ ସହ ଜାତୀୟ ରାଜପଥ ପାର୍ଶ୍ୱରେ ଠିଆ ହୋଇଥିଲେ । ଏହି ସମୟରେ ଚାରିଛକ ପଟରୁ ବୌଦ୍ଧ ପଟକୁ ଆସୁଥିବା ଏକ କାର(ଓଆର ୦୨ ଏକ୍ୟୁ ୯୦୮୦) ରୁନିତାକୁ ଧକ୍କା ଦେଇଥିଲା ।
/sambad/media/post_attachments/wp-content/uploads/2022/09/13ffffed-09d7-44ec-818e-f598e55d9ab2-300x225.jpg)
ଏଥିରେ ରୁନିତା ଗୁରୁତର ଆହତ ହୋଇଥିଲେ ।ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେପଟେ ଚାଳକ ଜଣକ କାରଟିକୁ ରାସ୍ତା ଉପରେ ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଛି । ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/1ed87347-845f-4197-a522-e4960b8e7559.jpg)