ଛେଣ୍ଡିପଦା: ୫୫ ନମ୍ବର ଜାତୀୟ ରାଜପଥରେ ଜରପଡା ଥାନା ଭାଗିରଥୀପୁର ନିକଟରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକ ସମେତ ୪ ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଆଜି ସକାଳ ୭ ଟାରେ ଠାକୁରଗଡ଼ ଅଞ୍ଚଳରୁ ଓଡ଼ି-୧୯-ଏଲ-୫୮୪୫ ନମ୍ବରର କାର ରୋଗୀ ନେଇ ଅନୁଗୁଳ ଆସୁଥିଲା ।
ଭାଗିରଥୀପୁର ଗ୍ରାମ ନିକଟରେ ବିପରୀତ ପଟୁ ଆସୁଥିବା ବାଇକ କାର ସମ୍ମୁଖକୁ ପଳେଇଆସିଥିଲା। ବାଇକକୁ ବଞ୍ଚେଇବାକୁ ଯାଇ କାରଟି ଦୁର୍ଘଟଣାର ଶିକାର ହୋଇଥିଲା। ଦୁର୍ଘଟଣାରେ ଚାଳକ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି।
ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜରପଡା ପୁଲିସ ଘଟଣାସ୍ଥଳରେ ପହଂଚି କାର ଜବତ କରି ତଦନ୍ତ ଚଳେଇଛି।