କେନ୍ଦୁଝର: ଏକ ଜଙ୍ଗଲୀ ବାରହାକୁ ବଞ୍ଚାଇବାକୁ ଯାଇ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ କାରରେ ଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନେ ହେଲେ ଘଟଗାଁ ଥାନା ଡ଼ୁମୁରିଆ ଗ୍ରାମର ହିମାଂଶୁଶେଖର ପରିଡ଼ା (୩୮), ଦୈତ଼ାରୀ ଥାନା ବ୍ରାହ୍ମଣୀପାଳ ଗ୍ରାମର ସ୍ବର୍ଣ୍ଣପ୍ରଭା ମୁଣ୍ତା (୩୨) ଓ ତାଙ୍କ ପୁଅ ମୋହିତ ରଞ୍ଜନ ବିରୁଆ (୬) ।
ମିଳିଥିବା ସୂଚନା ଅନୁଯାୟୀ, ସ୍ବର୍ଣ୍ଣପ୍ରଭା ଡ଼ୁମୁରିଆ ମେଡ଼ିକାଲରେ ଷ୍ଟାପନର୍ସ ଭାବେ ଚ଼ାକିରି କରନ୍ତି । ଆଜି ସକାଳେ ସେ କୌଣସି କାର୍ଯ୍ୟରେ କେନ୍ଦୁଝର ସହରକୁ ମେଡ଼ିକାଲ ଷ୍ଟାପ ହିମାଂଶୁଙ୍କ ସହିତ ପୁଅକୁ ଧରି ଏକ କାର (ଓଡ଼ି-୩୩କେ-୮୫୫୯)ରେ ଆସୁଥିଲେ। ସକାଳ ସାଢେ ୭ଟା ପାଖପାଖିରେ ମଇଦାନକେଲ ଜଙ୍ଗଲ ରାସ୍ତା ନିକଟରେ ଏକ ବାରହା ହଠାତ୍ ରାସ୍ତାର ଗୋଟିଏ ପାଖରୁ ଆରପାଖକୁ ଦାଣ୍ଡିଆ ମାରିଥିଲା। ବାରହାକୁ ବଞ୍ଚାଇବାକୁ ଯାଇ ହିମାଂଶୁ କାରରେ ବ୍ରେକ ଲାଗାଇଥିଲେ। କାରଟି ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ଫଳର କାରରେ ଥିବା ୩ ଜଣ ବାଡେଇ ହୋଇ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ମୋହିତଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ବଡଡାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟ ଦୁଇ ଜଣ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/ସ-53.jpg)
