ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର-ତେଲକୋଇ ରାସ୍ତା ଦୋବଲାପାଳ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଆହତ ହୋଇଛି।
ସୂଚନାଯୋଗ୍ୟ, ଓଡି ୧୯ କ୍ୟୁ ୦୮୧୩ ନମ୍ବର ବିଶିଷ୍ଟ ଏକ କାର ଭାରସାମ୍ୟ ହରାଇ ରାସ୍ତା କଡ ଗଛରେ ଧକ୍କା ହେଇଥିଲା। ଫଳରେ ଗାଡି ଚାଳକଙ୍କ ବାପା ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଧିରଳ ଗ୍ରାମର ଦୈତାରି ନାୟକ(୭୨)ଙ୍କ କେନ୍ଦୁଝର ଡାକ୍ତରଖାନାକୁ ନେବା ବାଟରେ ମୃତ୍ୟୁ ହୋଇଛି।
ମୃତକଙ୍କ ପୁଅ ପୁରୁଷୋତ୍ତମ ନାୟକ ରେଙ୍ଗାଳି ପାଓ୍ବାର ଗ୍ରୀଡର ଇଲେକ୍ଟ୍ରିକାଲ ଇଞ୍ଜିନିୟର ଅଛନ୍ତି।ତାଙ୍କ ଛାତିରେ ମଧ୍ୟ ଏହି ଦୁର୍ଘଟଣାରେ ଶକ୍ତ ଆଘାତ ଲାଗିଥିବା ସୂଚନା ମିଳିଛି। ଆଜି କାରରେ ରେଙ୍ଗାଳିରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ତେଲକୋଇ ପୁଲିସ ଘଟଣାର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Untitled-1-copy-4.jpg)