ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା କାର

ବାରିପଦା/ଚିତ୍ରଡ଼ା: ବାରିପଦା ସଦର ଥାନା ଅନ୍ତର୍ଗତ ବାରିପଦା -ଅମର୍ଦ। ରାଜ୍ୟ ରାଜପଥର ବାଘୁଆଶୋଳ ନିକଟରେ ଏକ  କାର ( ଡବ୍ଲ୍ୟୁବି-୦୬-ଇ-୯୯୬୯ ) କୌଣସି କାରଣରୁ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ରାସ୍ତା କଡ଼କୁ ଓଲଟି ପଡିଥିଲା।  ତେବେ  କାରଟି ଭାଙ୍ଗି ରୁଜି ଯାଇଥିବା ବେଳେ ଦୁର୍ଘଟଣା ଗ୍ରସ୍ତ କାରରେ ମୋଟ ଛଅ ଜଣ ଯାତ୍ରୀ ବସିଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଥିବା ବେଳେ ୨ ଜଣ ମହିଳା, ଗୋଟିଏ ଛୋଟ ପିଲା ଓ ତିନି ଜଣ ପୁରୁଷ ରହିଥିଲେ ବୋଲି ଶୁଣିବାକୁ ମିଳିଛି । ସ୍ଥାନୀୟ ଲୋକମାନେ ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇଦେଇଥିବା ସୂଚନା ମିଳିଛି । ଖବର ପାଇ ବାରିପଦା ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁର୍ଘଟଣା ଗ୍ରସ୍ତ କାରଟିକୁ ଉଦ୍ଧାର କରି ଥାନାକୁ ନେଇଯାଇଥିବା ଜଣାପଡିଛି।

ତେବେ ଉକ୍ତ ରାଜ୍ୟର ରାଜପଥ ର ନିଚୁଆପଦା ଠାରୁ ପ୍ରିନ୍ସ କଲେଜ ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ ହୋଇ ପଡିଥିବା ବେଳେ ପୂର୍ତ୍ତି ବିଭାଗ ଉକ୍ତ ଶୋଚନୀୟ ରାସ୍ତାଟିକୁ ଠିକ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାରୁ ଦିନକୁ ଦିନ ଉକ୍ତ ଖରାପ ରାସ୍ତାରେ ଦୁର୍ଘଟଣା ବୃଦ୍ଧି ପାଇଚାଲିଛି। ତେବେ ଯଥା ଶୀଘ୍ର ଉକ୍ତ ଖରାପ ରାସ୍ତା ମରାମତି ପାଇଁ ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ।

ସମ୍ବନ୍ଧିତ ଖବର