ରାଉରକେଲା : ଦ୍ରୁତଗତିରେ ଯାଉଥିବା ଏକ କାର ରିଙ୍ଗରୋଡ଼ରେ ଟ୍ରକକୁ ପଛପଟରୁ ପିଟି ଦେବାରୁ କାରରେ ଥିବା ଦୁଇଜଣ ଆହତ ହୋଇଥିବାର ସୂଚନା ମିଳିଛି। ଦୁର୍ଘଟଣାରେ କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ସ୍ଥଳରେ ପୁଲିସ ପହଁଚିବା ପୂର୍ବରୁ କାରରେ ଥିବା ଆରୋହି ଘଟଣାସ୍ଥଳରୁ ଗାଡି ଛାଡି ଚାଲିଯାଇଥିଲେ। ଏହି ଘଟଣା ଘଟିଛି ରାଉରକେଲା ରିଙ୍ଗ ରୋଡ଼ ହନୁମାନ ବାଟିକା ନିକଟରେ। ଦ୍ରୁତଗତିରେ ଆସୁଥିବା ଏକ କାର ରୋଡରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ପିଟି ଦେଇଥିଲା।

Advertisment

ଫଳରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। କାରର ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇ ପ୍ରଥମେ ରୋଡ଼ ଡିଭାଇଡ଼ରକୁ ପିଟିବା ପରେ ଟ୍ରକକୁ ପଛପଟୁ ପିଟିଦେଇଥିଲା। ସୁରକ୍ଷା ଲାଗି ଥିବା ଏୟାର ବ୍ୟାଗ ଖୋଲି ଯାଇଥିବାରୁ ଚାଳକ ସମ୍ଭବତଃ ସାମାନ୍ୟ ଆହତ ହୋଇଥିବେ ବୋଲି ଅନୁମାନ କରାଯାଉଛି। ତେବେ ପୁଲିସ ତଦନ୍ତ ପରେ ଅଧିକ ତଥ୍ୟ ଜଣାପଡ଼ିବ।