ସୋନପୁର: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସୁବର୍ଣ୍ଣପୁର ଜିଲ୍ଲା ଅର୍ଜୁନପୁର ଛକ ନିକଟରେ ଆଜି ସକାଳୁ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି। ଟେଲିଫୋନ ମରାମତି ପାଇଁ ରାସ୍ତା କଡରେ ଛିଡା ହୋଇଥିବା ଗାଡିକୁ ଦ୍ରୁତଗତିରେ ଯାଉଥିବା ଏକ କାର ଧକ୍କା ଦେଇଛି। ଫଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ମୃତକ ଜଣଙ୍କ ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଅଞ୍ଚଳର ତାକୁର ଗାଁର ଶୁଭ୍ରାଂଶୁ ଯୋଶୀ (୨୨) ବୋଲି ଜଣାପଡିଛି। ଆହତ ବ୍ୟକ୍ତିଙ୍କ ନାମ ବିକାଶ ରାଏ। ତାଙ୍କର ଘର ସମ୍ବଲପୁରରେ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ ଶୁଭ୍ରଂଶୁ ଏବଂ ବିକାଶ ଏକ କାର ଯୋଗେ ଭୁବନେଶ୍ୱରରୁ ବଲାଙ୍ଗୀରକ ଯାଉଥିଲେ। ଆଜି ଭୋରରୁ ତାଙ୍କ କାରଟି ଭାରସାମ୍ୟ ହରାଇ ଥିଲା। ଦ୍ରୁତଗତିରେ ଯାଉଥିବା କାରଟି ଅର୍ଜୁନପୁର ଛକ ନିକଟରେ ଟେଲିଫୋନ ମରାମତି ପାଇଁ ରାସ୍ତା କଡରେ ଛିଡା ହୋଇଥିବା ଗାଡିକୁ ଖକ୍କା ହୋଇଥିଲା। ଫଳରେ ଗାଡିର ବସିଥିବା ଦୁଇ ଜଣ ଗରୁତର ହୋଇଥିଲେ।
ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ଶୁଭ୍ରଂଶୁଙ୍କୁ ଡାକ୍ତର ମୃତ ଘେଶଷଣା କରିଥିଲେ। ବିକାଶଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି। ତେବେ ଘଟଣା ସଂପର୍କରେ ଉଭୟ ପରିବାର ଲୋକଙ୍କୁ ଖରବ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/snp.jpg)