ବିଳମ୍ବିତ ରାତିରେ ବାଇକକୁ ପଛଆଡ଼ୁ ପିଟିଲା କାର, ଯୁବକ ମୃତ

ବାରିପଦା: ବାରିପଦା ସହରର କୃଷ୍ଣଚନ୍ଦ୍ର ଗୋଲେଇ-ଷ୍ଟେସନ ବଜାର ରାସ୍ତା ଖେତୁଆନ ଅଏଲ୍ ମିଲ୍ ନିକଟରେ ଗତକାଲି ବିଳମ୍ବିତ ରାତି(ପ୍ରାୟ ସାଢ଼େ ୧୧)ରେ ଓଡି-୦୨-ବିଏ-୨୫୮୯ ନମ୍ବର ବିଶିଷ୍ଟ ଏକ ଆଇ୨୦ କାର ଧକାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଯୁବକ ହେଉଛନ୍ତି ପାଲବଣି ଅଞ୍ଚଳର ସମ୍ପଦ କୁମାର ସିଂହ(୩୫)।

ମୃତକ ଜଣଙ୍କ ଗତକାଲି ରାତି ପ୍ରାୟ ସାଢ଼େ ୧୧ରୁ ୧୨ ମଧ୍ୟରେ ଓଆର-୧୧ଇ-୬୩୯୮ ନମ୍ବର ବିଶିଷ୍ଟ ନିଜ ବାଇକରେ ଘରକୁ ଫେରୁଥିବା ବେଳେ ଉକ୍ତ କାର ପଛରୁ ଧକା ଦେଇଥିଲା। ରାସ୍ତା ଉପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସମ୍ପଦଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପିଆରଏମ ହସ୍ପିଟାଲକୁ ନେଇଥିଲେ। ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ମୃତକଙ୍କ ସମ୍ପର୍କୀୟ ତାପସ କୁମାର ଦେ ଏନେଇ କାର ଚାଳକଙ୍କ ବେପରୁଆ ଗାଡ଼ି ଚାଳନା କାରଣରୁ ସମ୍ପଦଙ୍କର ମୃତ୍ୟୁ ଘଟିଥିବା ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଦୁର୍ଘଟଣା ଘଟାଇଥିବା କାରକୁ ପୁଲିସ ଜବତ କରି ତଦନ୍ତ ଜାରି ରଖିଥିବା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ଆଜି ପିଆରଏମରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର