ରାଉରକେଲା :ରାଉରକେଲା ମହାନଗର (ଆରଏମସି ) ରୁ ଭତ୍ତା ନେଇ ଘରକୁ ଫେରୁଥିବାବେଳେ ଚାଲିଗଲା ବୃଦ୍ଧଙ୍କ ଜୀବନ l ସରନା ଛକ ନିକଟ ଭାରସାମ୍ୟ ହରାଇ ଏକ କାର ଧକ୍କା ଦେବାରୁ ବୃଦ୍ଧଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି l ମୃତକ ହେଲେ ରାଉରକେଲା ପ୍ଲାଣ୍ଟସାଇଟର ହରିହର ଦାସ (୭୩) l

Advertisment

ଘଟଣାସ୍ଥଳରୁ କାର ଚାଳକ ଫେରାର ହୋଇଯାଇଛି l ଉଦିତନଗର ପୁଲିସ ଗାଡି ଜବତ କରିଛି l ବୃଦ୍ଧଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି l