ଆନନ୍ଦପୁର: ଗତକାଲି ରାତିରେ ଓଡି ୦୨ ବିଏଲ୍ ୬୯୫୧ କାର ଗାଡ଼ିଟି ଯାଜପୁର ପାର୍ଶ୍ଵରୁ ଆସି ଆନନ୍ଦପୁର ଅଭିମୁଖେ ଯାଉଥିବା ବେଳେ ୨୦ନମ୍ୱର୍ ଜାତୀୟ ରାଜପଥ ହସନପୁର ଟୋଲ୍ ପ୍ଲାଜ଼ା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି କାର | ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଥିବା ସୂଚନା ରହିଛି |

Advertisment

ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ଘଟଗାଁ ଜୋନ କାର୍ଯ୍ୟନିର୍ବାହୀ ସଦସ୍ୟ ଅଜୟ କୁମାର ସାହୁ ପ୍ରାଣ ହରାଇ ଥିବା ବେଳେ ଘଷିପୁରା କଇନିପୁରାର କୁଳମଣୀ ସାହୁଙ୍କୁ ଗୁରୁତର ଅବସ୍ଥାରେ ଟୋଲଗେଟ ଆମ୍ବୁଲାନ୍ସ ସାହାଯ୍ୟରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା | ତେବେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସାଇଁକୁଳ ପାଣ୍ଡି ଅଧିକାରୀ ସୁରେଶ କୁମାର୍ ମାଝୀ ପହଞ୍ଚି ଗାଡ଼ି ନିଜ ହେପାଜତକୁ ନେବା ପରେ ଅଧିକ ତଦନ୍ତ ଜାରି ରଖିଛନ୍ତି।