ବ୍ରହ୍ମପୁର: ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣା ଦ୍ବିତୀୟ ଲାଇନ୍ରେ ଏକ ଅଳିଆ ଗଦାରେ ନିଆଁ ଲାଗି ନିକଟରେ ଥିବା କାର୍ ଜଳି ଯାଇଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ଆକସ୍ମିକ ଘଟଣାରେ କେହି ଆହତ ହୋଇ ନାହାନ୍ତି ।
ସୂଚନା ଅନୁସାରେ ହିଲପାଟଣା ଦ୍ବିତୀୟ ଲାଇନ୍ର ଏକ ଖାଲି ସ୍ଥାନରେ ଲୋକ ଆବର୍ଜନା ପକାଉଛନ୍ତି। ସେହି ଖୋଲା ସ୍ଥାନରେ ଏକ ପୁରୁଣା ମାରୁତି ଭ୍ୟାନ୍ ମଧ୍ୟ ପାର୍କିଂ କରାଯାଇଛି। ଅଳିଆ ଗଦାରେ କୌଣସି ମତେ ନିଆଁ ଲାଗିଯିବାରୁ ତାହା ଚାରିଆଡ଼େ ବ୍ୟାପି ଯାଇଥିଲା । ନିକଟରେ ଥିବା କାର୍ରେ ମଧ୍ୟ ନିଆଁ ଲାଗି ଯାଇଥିଲା। କାର୍ରେ ନିଆଁ ଲାଗିଥିବା ଦେଖି ଲୋକେ ଦମକଳ ବାହିନୀକୁ ଖବର କରିଥିଲେ। କାର୍ର ପଛଭାଗ ପୋଡ଼ି ଯାଇଥିବା ବେଳେ ଦମକଳ ବାହିନୀ ନିଆଁ ଲିଭାଇ ପରିସ୍ଥିତି ନିୟନ୍ତ୍ରଣ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/fire-10.jpg)