ରାସ୍ତାରେ ଯାତ୍ରୀ ନେଇ ଯାଉଥିବାବେଳେ ଜଳିଗଲା କାର, ଦେଖନ୍ତୁ ଭିଡିଓ

ଭଞ୍ଜନଗର: ଭଞ୍ଜନଗର-ଭୁବନେଶ୍ୱର ୨୧ନମ୍ବର ଜାତୀୟ ରାଜପଥ ନୂଆଗାଁ ବ୍ରିଜ ନିକଟରେ ଏକ କାର ମଙ୍ଗଳବାର ଅପରାହ୍ନରେ ଜଳି ଯାଇଛି । ଏହି କାରଟିକୁ ପଞ୍ଚାନନ ନାଏକ ଚଳାଉଥିବା ବେଳେ ଏଥିରେ ଦୁଇଜଣ ଯାତ୍ରୀ ବସିଥିବା ଜଣାପଡ଼ିଛି। ସୌଭାଗ୍ୟବଶତଃ କାହାରି କିଛି ଏଥିରେ କ୍ଷତି ହୋଇନାହିଁ। ତେବେ କାରରେ ଏହି ନିଆଁ ଲାଗିବା ହେତୁ ରାସ୍ତାର ଉଭୟପାର୍ଶ୍ୱରେ ଯାଉଥିବା ଯାନବାହନ କିଛି ସମୟ ପାଇଁ ଅଟକି ରହିଥିଲା। ଯାତାୟାତରେ ଅସୁବିଧା ପରିଲକ୍ଷିତ ହୋଇଥିଲା।

ସମ୍ବନ୍ଧିତ ଖବର