ଝାରସୁଗୁଡ଼ା: ବସ-କାର ଧକ୍କା, କାରଚାଳକ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ  କୁନ୍ଦୁରୁୁସିଂହା ନିକଟରେ ବସ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ  କାର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ମୃତ କାର ଡ୍ରାଇଭରଙ୍କ ନାମ ହେଉଛି ସୁରୁ ପଟେଲ( ୪୦ ବର୍ଷ)। ଖବରପାଇ ସ୍ଥାନୀୟ ଲୋକେ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି  ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ରାତିରେ ମଧ୍ୟ ସେହି ସମାନ ସ୍ଥାନରେ ବୋଲେରୋ ଧକ୍କାରେ ଦୁଇ ଜଣ ବାଇକଆରୋହୀଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର