ହରଭଙ୍ଗା: ଗୁରୁବାର ରାତି ପ୍ରାୟ ୮ଟା ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଦେଇ ଚାରିଛକ ପଟୁ ବୌଦ୍ଧ ଆଡକୁ ଯାଉଥିବା ଏକ କାର (ଓଡି ୧୫ଏନ ୨୪୪୪) ହରେକୃଷ୍ଣପୁର ଚିଲାଖଣ୍ଡି ପୁରୁଣା ପୋଲ ନିକଟରେ ଭାରସାମ୍ୟ ହରାଇ ପ୍ରାୟ ୨୦ ତଳେ ଥିବା ଏକ କ୍ଷେତ ମଧ୍ୟକୁ ପସି ଯାଇଥିବା ଦେଖିବାକୁ ମିଳିଛି। ତେବେ ସୌଭାଗ୍ୟକୁ ଗାଡିରେ ବସିଥିବା ଯାତ୍ରୀ ଓ ଗାଡି ଚାଳକ ଅଳ୍ପକେ ନିଶ୍ଚିତ ବଡ଼ଧରଣର ଅଘଟଣରୁ ରକ୍ଷା ପାଇଯାଇଥିବା କେତେକ ପ୍ରତକ୍ଷଦର୍ଶୀ ଙ୍କ ନିକଟରୁ ଜଣାପଡିଛି। ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଯାତ୍ରୀ ଓ ଚାଳକ ଅନ୍ୟଏକ ଗାଡିରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଯାଇଥିବା କୁହାଯାଉଛି।

Advertisment

publive-image

ପ୍ରତ୍ୟକ୍ଷଦର୍ଶୀ ଙ୍କ କହିବାନୁମତେ ସମ୍ପ୍ରତି ଚିଲାଖଣ୍ଡି ନାଳ ଉପରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ସରିବା ପରେ କିଛିଦିନ ତଳୁ ସେହିବାଟ ଦେଇ ସବୁ ଗାଡି ମୋଟର ଯାନବାହନ ଚଳାଚଳ କରୁଛି।ଅନ୍ୟପଟେ ପୁରୁଣାପୋଲ ର ଉଭୟ ପାର୍ଶ୍ଵରେ ଯାତାୟାତ ରୋକିବା ପାଇଁ ମାଟିପକାଇ ଦୁଇପଟେ ବଡ ବଡ ହମ୍ପସ କରାଯାଇଛି। ହେଲେ କୌଣସି ସତର୍କ ସୂଚନା ଫଳକ ନଥିବା ହେତୁ ରାତିରେ ହମ୍ପସକୁ ଠଉରେଇ ନପାରି ଗାଡିଟି ପୁରୁଣା ପୋଲ ଦେଇ ଯିବାକୁ ପହଁଚିବା ପରେ ହଠାତ ସାମ୍ନାରେ ହମ୍ପସ ଦେଖି ଚାଳକ କାରଟିକୁ ବାମ ପଟକୁ କାଟିଦେବାରୁ ଭାରସାମ୍ୟ ହରାଇ ରାସ୍ତାରୁ ପ୍ରାୟ ୨୦ଫୁଟ ତଳକୁ ଖସିଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ବୌଦ୍ଧ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ତଦନ୍ତ ଆରମ୍ଭ କରିଛି।