କଟକରେ ବୁଲା ଷଣ୍ଢକୁ ବଂଚାଇବାକୁ ଯାଇ ନାଳରେ ପଶିଗଲା କାର, ଚାଳକ ଉଦ୍ଧାର

କଟକ: ବୁଲା ଷଣ୍ଢକୁ ବଂଚାଇବାକୁ ଯାଇ ଏକ କାର ଭାରସାମ୍ୟ ହରାଇ ନାଳକୁ ପଶିଯାଇଛି । ଏହି ଅଭାବନୀୟ ଘଟଣାର କିଛି ସମୟ ପରେ ଅଗ୍ନିଶମ ବାହିନୀ ଓ ପୁଲିସ ସଂପୃକ୍ତ କାର ଚାଳକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । କଟକ ସହରର ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣ ନଗରରେ ଏହି ଘଟଣା ଘଟିଛି ।

ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ମଧୁପାଟଣାରୁ ଅନ୍ଦରପୁର ଆଡ଼କୁ ଏକ କାର ଯାଉଥିଲା । କଲ୍ୟାଣନଗର ନିକଟସ୍ଥ କେନାଲ ଉପରେ ବୁଲା ଷଣ୍ଢ ଛିଡ଼ା ହୋଇଥିଲେ । କାର ଚାଳକ ତଥା ମାଲିକ ଷଣ୍ଢଙ୍କୁ ବଂଚାଇବାକୁ ଯାଇ ଭାରସାମ୍ୟ ହରାଇ କାର (ଓଡ଼ି ୦୫ଏପି ୫୩୭୫)କୁ ନାଳ ଭିତରକୁ ପଶାଇ ଦେଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଂଚି ମଧୁପାଟଣା ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଜାଇକା କାମରେ ନିୟୋଜିତ ହୋଇଥିବା ମେସିନ ସାହାଯ୍ୟରେ କାରକୁ ଉଦ୍ଧାର କରିଛନ୍ତି । କାର ଚାଳକଙ୍କୁ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଛି ।

ତେବେ ସଂପୃକ୍ତ କାର ଚାଳକ ଚାଉଳିଆଗଂଜ ଥାନା ଅନ୍ତର୍ଗତ ଅନ୍ଦରପୁର ନିବାସୀ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର