କଳାହାଣ୍ଡି: ପୋଲତଳକୁ ଖସିଲା କାର, ୨ ମୃତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ଥିବା ଏକ ପୋଲ ଉପରୁ ଭାରସାମ୍ୟ ହରାଇ ଏକ କାର ଖସି ପଡ଼ିବାରୁ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ସଞ୍ଜୟ ଅଗ୍ରଓ୍ଵାଲ ଓ ଦିନେଶ ଜୈନ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଆଜି ସକାଳୁ ସକାଳୁ ସୁନ୍ଦରଗଡ଼ରୁ କେସିଙ୍ଗାକୁ ଶ୍ରୀ ଅଗ୍ରଓ୍ଵାଲ ଓ ଶ୍ରୀ ଜୈନ ଓଆର୦୮ ଜି୦୬୬୬ ନମ୍ବର ହୁଣ୍ଡରି ଆେଇଟେନ୍‌ କାର ଯୋଗେ ଯାଉଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥର କାସଁବାହାଲ ନିକଟରେ ଭାରସାମ୍ୟ ହରାଇଏକ ୭୦ ଫୁଟ୍‌ ପୋଲ ତଳକୁ ଖସି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି। ଖବର ପାଇ ସ୍ଥାନୀୟ ଲୋକେ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର