ବାରିପଦାରୁ ବାଲେଶ୍ୱର ଯାଉଥିବାବେଳେ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର

ବେତନଟୀ: ରାସ୍ତାରେ ଦେଖିବାକୁ ମିଳିଲା ବର୍ଣ୍ଣିଙ୍ଗ କାର | ଆଜି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବଙ୍ଗଳା ଛକ ଓଭରବ୍ରିଜ ଉପରେ ଏକ ଅଘଟଣ ଘଟିଯାଇଛି | ବାରିପଦାରୁ ବାଲେଶ୍ୱର ଯାଉଥିବା ଏକ କାରରେ ନିଆଁ ଲାଗିଯାଇଛି |

ଇଞ୍ଜିନରେ ସର୍ଟସର୍କିଟ ଯୋଗୁଁ କାର ଜଳିଥିବା ସୂଚନା ମିଳିଥିବାବେଳେ ଏଥିରେ ଯାତ୍ରୀ ଓ ଡ୍ରାଇଭରଙ୍କର କୌଣସି କ୍ଷତି ହୋଇନାହିଁ | ବେତନଟୀ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଛନ୍ତି |

ସମ୍ବନ୍ଧିତ ଖବର