ବାଂଶପାଳ: ରାସ୍ତାରେ ଖେଳୁଥିବା ଏକ ଛୋଟଛୁଆକୁ ବଞ୍ଚାଇବାକୁ ଯାଇ ଭାରସ୍ୟମ ହରାଇ ଏକ କାର୍‌ ଜଣେ ବ୍ୟକ୍ତିଙ୍କ ଘର ଭିତରେ ପଶିଯାଇଛି। ଘରେ ଥିବା ଏକ ଛୋଟଝିଅ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ଏଭଳି ଘଟଣା ଘଟିଛି ବାଂଶପାଳ ବ୍ଲକ୍‌ର ଦାନଗଦୀ ଗ୍ରାମରେ। ପ୍ରାପ୍ତ ସୂଚନା ଅନୁସାରେ, ଆଜି ଅପରାହ୍‌ଣରେ ଏକ କାର୍‌ (ଓଡି-୦୨-ସିଇ-୦୨୨୯)ରେ ଗଞ୍ଜାମର ଜଣେ ପର୍ଯ୍ୟଟକ ବାଂଶପାଳରୁ ଖଣ୍ଡାଧାର ଯାଉଥିଲେ। ଦ୍ରୁତଗତିରେ ଯାଉଥିବା କାର୍‌ ଆଗକୁ ରାସ୍ତାକଡ଼ରେ ଖେଳୁଥିବା ଏକ ଛୋଟଛୁଆ ଚାଲି ଆସିଥିଲା।

Advertisment

ଛୁଆକୁ ବଞ୍ଚାଇବାକୁ ଯାଇ ଭାରସ୍ୟମ ହରାଇ କାର୍‌ଟି ରାସ୍ତାକଡ଼ରେ ଥିବା ବାଇଗରାମ ମୁଣ୍ଡାଙ୍କ ଘରେ ପଶିଯାଇଥିଲା। ଉକ୍ତ ଘରେ ଥିବା ଛୋଟଝିଅଟି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ଦୁର୍ଘଟଣାରେ ବାଇଗରାମଙ୍କ ଘରର କାନ୍ଥ ଭୁଶୁଡ଼ିବା ସହ ଛପର ଭାଙ୍ଗି ଯାଇଛି। ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ନୟାକୋଟ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି କାର୍‌ ଚାଳକଙ୍କୁ ଉଦ୍ଧାର କରିଥିଲା।