ଚାନ୍ଦବାଲି: ଟ୍ରକ: କାର ଧକ୍କା, ୪ ଆହତ

ଚାନ୍ଦବାଲି: ପ୍ରବଳ କୁହୁଡ଼ି ଯୋଗୁଚଁ ରାସ୍ତା ଦେଖା ନ ଯିବାରୁ ଆଜି ସକାଳ ୬ଟା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିକଟସ୍ଥ ଖେରଙ୍ଗ ବଜାର ଉପରେ ଏକ ଧାନ ବୋଝେଇ ଟ୍ରକ୍‌ ସହିତ ଏକ କାରର ଧକ୍କା ହୋଇଛି। ଫଳରେ କାରରେ ଥିବା ୪ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଓ ଦମକଳ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ମିଳିଥିବା ସୂଚନାରୁ ପ୍ରକାଶ ଯେ ଭୁବନେଶ୍ୱରରୁ ଏକ ପରିବାର ଚାନ୍ଦବାଲି ଅଭିମୁଖେ ଯାଉଥିବା ବେଳେ ଖେରଙ୍ଗ ବଜାର ଉପରେ ରଖାଯାଇଥିବା ଧାନବୋଘେଇ ଟ୍ରକକୁ ପଛରୁ ପିଟିଥିଲା। କୁହୁଡ଼ି ଯୋଗଁ କାରର ଡ୍ରାଇଭର ଟ୍ରକ୍‌କୁ ଦେଖି ପାରି ନ ଥିଲେ। ଫଳରେ ଏହି ଦୁର୍ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର