ବଲାଙ୍ଗୀର: ବଲାଙ୍ଗୀର ସିଭିଲ୍କୋର୍ଟ ସାମ୍ନାରେ ଶନିବାର ଏକ ସ୍କୁଟି (ଓଆର୍ ୦୩ ଜି ୨୦୦୫)କୁ କାର୍ (ଓଡି ୦୩ ଭି ୫୦୩୮) ପଛପଟୁ ଧକ୍କା ଦେବାରୁ ମା-ପୁଅ ଆହତ ହୋଇଛନ୍ତି। ସ୍ଥାନୀୟ କନ୍ଧପାଲିପଡ଼ାର ଜଣେ ମହିଳା ଓ ତାଙ୍କ ନାବାଳକ ପୁଅ କଲେଜ ଛକରୁ କିଛି ସାମଗ୍ରୀ କିଣି ସ୍କୁଟି ଯୋଗେ ଘରକୁ ଫେରୁଥିଲେ।
ଏହି ସମୟରେ ପାଟଣାଗଡ଼ ପଟୁ ଦ୍ରୁତ ଗତିରେ ଆସୁଥିବା କାର୍ଟି ପଛପଟୁ ଧକ୍କା ଦେଇଥିଲା। ମା ସାମାନ୍ୟ ଓ ପୁଅ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ନାବାଳକ ପୁଅଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ। ଦୁର୍ଘଟଣା ଘଟଣାଇଥିବା କାର୍କୁ ଟାଉନ ଥାନା ପୁଲିସ ଜବତ କରି ଚାଳକଙ୍କୁ ଅଟକ ରଖିଛି।