ମଦ ବୋଝେଇ କାର୍‌ ଜବତ ; ବେପାରି, ଡ୍ରାଇଭର ଫେରାର

ରାଉରକେଲା : ପଞ୍ଚାୟତ ନିର୍ବାଚନରେ ବଢ଼ି ଯାଇଛି ଦେଶୀ ଓ ବିଦେଶୀ ମଦ କାରବାର। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ନକ୍ସଲ ଉପଦ୍ରୁତ ଗାଁରେ ତିଆରି ହେଉଛି ହଜାର ହଜାର ଲିଟର ଦେଶୀ ମଦ। ବେପାରୀମାନେ ଏସବୁ ସ୍ଥାନରୁ ଚୋରା ମଦ ଆଣି ସହର ଓ ଏହାର ଆଖପାଖ ବିକୁଛନ୍ତି। ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚଢ଼ଉ ଜାରି ରହିଛି। ପୁଲିସ୍‌କୁ ଚକ୍‌ମା ଦେଇ ବେପାରୀମାନେ ଦୈନିକ ଶହ ଶହ ଲିଟର ସହରରେ ବିଭିନ୍ନ ସ୍ଥାନକୁ ଯୋଗାଣ କରୁଛନ୍ତି। ଆଜି ରାଉରକେଲା ଅବକାରୀ ପୁଲିସର ସ୍ବତନ୍ତ୍ର ଟିମ୍‌ ମଦ ବୋଝେଇ ଏକ କାର୍‌କୁ ଜବତ କରିଛି। କାର୍‌ରୁ ୩୬୦ଲିଟରୁ ଅଧିକ ଦେଶୀ ମଦ ଜବତ ହୋଇଛି। ସୀମାନ୍ତ ବୀରମିତ୍ରପୁର ଗାଁରୁ ବେପାରୀମାନେ କାର୍‌ରେ ବୋଝେଇ କରି ରାଉରକେଲା ଆସୁଥିଲେ। ପୁଲିସ କାରକାଟା ଖୁଣ୍ଟଗାଁ ଗାଁ ନିକଟରେ କାର୍‌ଟିକୁ ଯାଞ୍ଚ କରିଥିଲେ। ଧରା ପଡ଼ିବା ଭୟରେ ଉଭୟ ବେପାରୀ ଓ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପୁଲିସ ଉଭୟଙ୍କୁ ଧରିବାକୁ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର