କୁକୁର ପଶିଯିବାରୁ ଓଲଟିଲା କାର୍‌; ଯୁବକ ମୃତ, ୩ ଆହତ

ବ୍ୟାସନଗର: ଯାଜପୁର ଟାଉନରୁ ମାରୁତି କାରରେ ଯାଜପୁର ରୋଡ୍‌ ମାମୁଘରକୁ ଆସୁଥିବା ବେଳେ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଯାଜପୁର ଟାଉନ ଅଭୟ ଦାସ ଙ୍କ ପୁଅ ଅଭିନବ ଦାସ (୨୧)। ରଜରେ ମାମୁଘରକୁ ବୁଲିବାକୁ ୪ ଜଣ ସାଙ୍ଗଙ୍କ ସହିତ ମାରୁତି କାରରେ ଆସୁଥିବା ବେଳେ ବୁଲେଟ୍ ଶୋରୁମ ନିକଟରେ କୁକୁର ପଶି ଆସିବାରୁ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼କୁ ପାଲଟି ଯାଇଥିଲା। ସ୍ଥାନୀୟ ଲୋକେ ଗାଡ଼ି ଭିତରୁ ସମସ୍ତଙ୍କୁ ଉଦ୍ଧାର କରି ଯାଜପୁର ରୋଡ୍‌ ଡାକ୍ତରଖାନାକୁ ପଠାଇଥିଲେ। ତିନିଜଣ ସାମାନ୍ୟ ଆହତ ହୋଇଛନ୍ତି। ଅଭିନବଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ଅଭିନବ ହେଉଛନ୍ତି ବ୍ୟାସନଗର ବିଜେପି ନେତା ସରୋଜ ଦେଙ୍କ ଭଣଜା। ଖବର ପାଇ କୋରେଇ ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହିତ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଛି। ଶବ ବ୍ୟବଚ୍ଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।

ସମ୍ବନ୍ଧିତ ଖବର