ଭାରସାମ୍ୟ ହରାଇ ପୁରୀ କେନାଲ ଭିତରକୁ ଓଲଟିଲା କାର, ଅଳ୍ପକେ ବର୍ତ୍ତିଲେ ୩ ଯୁବକ

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ଗଡ଼କଣ୍ଟୁଣିଆ ସ୍ଥିତ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାରେ ଆଜି ଭୋର ସମୟରେ ଏକ ଦ୍ରୁତଗାମୀ କାର ହଠାତ ନିୟନ୍ତ୍ରଣ ହରାଇ କେନାଲ ଭିତରକୁ ଓଲଟିପଡ଼ିଥିଲା । ଫଳରେ କାର ଭିତରେ ଥିବା ଚାଳକ ସମେତ ୩ ଜଣ ଯୁବକ ଅଳ୍ପକେ ରକ୍ଷା ପାଇଯାଇଥିଲେ । ଦୁର୍ଘଟଣା ଶବ୍ଦଶୁଣି ସ୍ଥାନୀୟ ଲୋକ ସେଠାର ପହଞ୍ଚି କେନାଲ ଭିତରେ ପଶି ଯୁବକମାନଙ୍କୁ ଉଦ୍ଧାର କରିଥିଲେ । ପ୍ରାପ୍ତ ସୂଚନାନୁଯାୟୀ କାର ଭିତରେ ଥିବା ଯୁବକ ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଅଞ୍ଚଳର ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି । ଆଜି ଭୋର ସମୟରେ ସେମାନେ ନୂଆବର୍ଷ ଖୁସି ମନାଇବା ପାଇଁ ଯାଉଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର