ଧର୍ମଶାଳା: ଧର୍ମଶାଳା ଥାନା ନେଉଳପୁର ନିକଟ ୧୬ନମ୍ବର ଜାତୀୟ ରାଜପଥରେ ଆଜି ମଧ୍ୟାହ୍ନରେ ଏକ କାର୍ ଓ ପିକଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ପରିବାରର ୫ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଉଛନ୍ତି ଜଗତସିଂହପୁର ଅଞ୍ଚଳର ବଟକୃଷ୍ଣ ରାଉତରାୟ(୬୧), ରାଜଲକ୍ଷ୍ମୀ ରାଉତରାୟ(୫୨), ରଶ୍ମିରଞ୍ଜନ ରାଉତରାୟ(୩୧), ସରୋଜିନୀ ରାଉତରାୟ(୨୬) ଓ ପ୍ରତ୍ୟୁଷ ରଞ୍ଜନ ରାଉତରାୟ(୨୮)।
ସେମାନେ ଏକ କାର୍(ଓଡି-୦୧ଏଲ୍-୩୯୩୨)ରେ ଚଣ୍ତିଖୋଲ ଆଡ଼େ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ପିକଅପ୍ ଭ୍ୟାନ୍(ଡ୍ଲୁବି-୨୧-୧୭୬୮) ସହିତ ଧକ୍କା ହୋଇଥିଲା। ଚଣ୍ତିଖୋଲ ଦମକଳ ବାହିନୀ ଆହତମାନଙ୍କୁ ଉଦ୍ଧାର କରି ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/27-14.jpg)