ଝାରସୁଗୁଡ଼ା: ଆଜି ଦିନ ପ୍ରାୟ ୧ଟା ବେଳେ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ୍ ଅନ୍ତର୍ଗତ ବାଗମରା କଲେଜ୍ ଗେଟ୍ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ କାର ଚାଳକଙ୍କ ମୃତ୍ୟୁ ଘଟିଛି। କାର-ଟ୍ରକ୍ ମଧ୍ୟରେ ହୋଇଥିବା ଏହି ମୁହାଁମୁହିଁ
ଧକ୍କା ଯୋଗୁଁ କାର ଡ୍ରାଇଭର କାର ଭିତରେ ଚାପି ହୋଇ ରହିଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଓଡ଼ି ୧୪ ଏଲ ୬୧୫୫ ନମ୍ବର ବିଶିଷ୍ଟ ଏକ ଟ୍ରକ୍ ଦୃତଗତିରେ ଆସୁଥିବା ବେଳେ ବାଗମରା କଲେଜ ଗେଟ୍ ସମ୍ମୁଖରେ ସାମ୍ନା ପଟୁ ଆସୁଥିବା ଓଡ଼ି୧୫ ୩୬୧୧ ନମ୍ବର କାରକୁ ଧକ୍କା ଦେଇଥିଲାଧକ୍କା ଏତେ ଜୋରରେ ଥିଲାଯେ କାରର ଆଗପଟ ଟ୍ରକ୍ ତଳେ ଚାପି ହୋଇ ଯାଇତିଲା। ଏଥିରେ ଥିବା ଡ୍ରାଇଭର ମଧ୍ୟ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ତେବେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟର ଯୋଗେ କାରର ଆଗପଟ କାଟି ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି।
ଝାରସୁଗୁଡ଼ା: ଟ୍ରକ-କାର ମୁହାଁମୁହିଁ ଧକ୍କା, ଡ୍ରାଇଭର ମୃତ
/sambad/media/post_attachments/wp-content/uploads/2018/12/Car-Truck-Accident_27.12.18_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)