ଖୋର୍ଦ୍ଧା: ଦୁର୍ଘଟଣାଗ୍ରସ୍ତ କାରରୁ ମିଳିଲା ୯୮ କେଜି ଚୋରା ଗଞ୍ଜେଇ

ଖୋର୍ଦ୍ଧା: ଗତକାଲି ରାତିରେ ବ୍ରହ୍ମପୁରରୁ ଭୁବନେଶ୍ୱରକୁ ଗଞେ୍‌ଝଇ ଚୋରା ଚାଲାଣ କରୁଥିବା ଏକ କାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ପୁଲିସ ଗାଡ଼ିଟିକୁ ଜବତ କରିବା ସହିତ ଏଥିରୁ ୪୦ଟି ପ୍ୟାକେଟ୍‌ରେ ଥିବା ୯୮ କେଜି ଗଞ୍ଜେଇକୁ ଜବତ କରିଛି।
ଖୋର୍ଦ୍ଧା ସଦର ଥାନା ଇନସପେକ୍ଟର ବିକ୍ରମ ଜେନାଙ୍କ ଠାରୁ ପ୍ରକାଶ ଯେ, ଗତକାଲି ରାତିରେ ସଦର ଥାନା ପୁଲିସ ପୁଲିସ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥରେ ପାଟ୍ରୋଲିଂ ହେଉଥିଲା। ଏହି ସମୟରେ ବ୍ରହ୍ମପୁର ପଟୁ ଓଆର୦୨ଏଲ୭୨୧୨ ନମ୍ବର ବିଶିଷ୍ଟଏକ ଇଣ୍ଡିିଗୋ କାର ଦୃତଗତିରେ ଭୁବନେଶ୍ୱର ଆଡକୁ ଆସୁଥିଲା। କାରଟି ଓସିସି ଛକ ଠାରୁ ଅଳ୍ପ ଦୂରରେ ଏକ ବୁୁଲାଣି ପାଖରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ପୁଲିସ ସଙ୍ଗେସଙ୍ଗେ ସେଠାରେ ପହଞ୍ଚିବା ବେଳକୁ କାରରେ କେହି ନଥିଲେ। ଡ୍ରାଇଭର କାର ଛାଡ଼ି ପେରାର ହୋଇ ଯାଇଥିଲେ। ସନ୍ଦେହରେ ପୁଲିସ କାରଟିକୁ ଯାଞ୍ଚ କରିବାରୁ ସେଥିରେ ଛୋଟ ଛୋଟ ପ୍ୟାକେଟ୍‌ରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା। ପୁଲିସ ମୋଟ ୯୮ କେଜି ଗଞ୍ଜେଇ ଜବତ କରିବା ସହିତ କାରଟିକ ମଧ୍ୟ ଜବତ କରିଛି।

ସମ୍ବନ୍ଧିତ ଖବର