ଖଡିଆଳ: ନୂଆପଡ଼ା ଜିଲ୍ଲାର ପାଞ୍ଚଗୋଟି ବ୍ଲକକୁ ସରକାର ମରୁଡ଼ି ଘୋଷଣା କରି ଏବଂ ଛାତ୍ରଛାତ୍ରୀମାନଙ୍କ ଠାରୁ କୈାଣସି ପ୍ରକାର ଫି’ ଆଦାୟ ନ କରିବାକୁ ନିର୍ଦେଶ ଦେଇଛନ୍ତି। ହେଲେ ଖଡ଼ିଆଳ ବ୍ଲକରେ ଆସନ୍ତା ଫେବ୍ରୁଆରି ମାସରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ ସମସ୍ତ ହାଇସ୍କୁଲରେ ଫର୍ମ ପୂରଣ ପାଇଁ ଫି’ ସଂଗ୍ରହ କରାଯାଉଥିବା ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀମାନେ ଅସୁବିଧା ସତ୍ତ୍ୱେ ଧାର କରଜ କରି ଫି’ ଦାଖଲ କରୁଥିବା ଦେଖିବାକୁ ମିଳିଛି। ଖଡ଼ିଆଳ ମଡେଲ ଡିଗ୍ରି କଲେଜରେ ମଧ୍ୟ ଫର୍ମ ପୂରଣ ପାଇଁ ଫି’ ଆଦାୟ କରାଯାଉଛି। ଏନେଇ ଡିଗ୍ରି କଲେଜର ଅଧ୍ୟକ୍ଷ ମଧୁସୂଦନ ସାହୁଙ୍କୁ ପଚରାଯିବାରୁ ସରକାର ଘୋଷଣା କରିଥିଲେ ମଧ୍ୟ ତାଙ୍କ ପାଖକୁ କୌଣସି ନିର୍ଦେଶ ଆସି ନଥିବାରୁ ଫି’ ସଂଗ୍ରହ କରାଯାଉଛି; ନିର୍ଦେଶ ଆସିଲେ ଛାତ୍ରଛାତ୍ରୀଙ୍କ ଫି’କୁ ଫେରାଇ ଦେବେ ବୋଲି ସେ ପ୍ରକାଶ କରିଥିଲେ। ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ହାଇସ୍କୁଲଗୁଡ଼ିକରେ ଫି’ ଆଦାୟ ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ସହ ଯୋଗାଯୋଗ କରାଯିବାରୁ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ତରଫରୁ କୈାଣସି ନିର୍ଦେଶ ଆସି ନାହିଁ; ବାଧ୍ୟ ହୋଇ ଫି’ ନେବାକୁ ପଡୁଛି; ନିର୍ଦେଶ ଆସିଲେ ଫି’ ଫେରସ୍ତ କରାଯିବ ବୋଲି ସେ ପ୍ରକାଶ କରିଥିଲେ।
ସରକାରୀ ଘୋଷଣାକୁ ଅବହେଳା:ଛାତ୍ରଛାତ୍ରୀଙ୍କ ଠାରୁ ଫି’ ଆଦାୟ ଅଭିଯୋଗ
/sambad/media/post_attachments/wp-content/uploads/2017/11/money-04.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)