କେନ୍ଦ୍ରାପଡା: ପୁନଃର୍ବାର ଅଧାରେ ଅଟକିଲା ମହାପ୍ରଭୁ ବଳଦେବଜୀଉଙ୍କ ରଥ। ଜନ୍ମସ୍ଥାନରୁ ବାହାରି ଗତକାଲି ପହଣ୍ତି ହୋଇ ରଥକୁ ବିଜେ କରିଥିଲେ ମହାପ୍ରଭୁ। ଆଜି ବାହୁଡ଼ାର ଦ୍ବିତୀୟ ଦିନରେ ରଥ ଟଣା ସମୟରେ ରଥ ବାମ ମୋଡ଼ ନେବା ସମୟରେ ଉଠା ଦୋକାନୀ ଉପରକୁ ଚଢ଼ିଯାଇଥିଲା। ପାରାଦ୍ବୀପରୁ ରେଲୱେ ଜଗ(ହାଇଡ଼୍ରୋଲିକ ମେସିନ) ଓ ଇଞ୍ଜିନିୟର ଆସି ଜଗ ଦ୍ବାରା ରଥକୁ ଉଠାଇ ଡ଼ାହାଣ ପଟକୁ ଅଣାଯାଇଛି। ଆସନ୍ତାକାଲି ପୁପଃର୍ବାର ହେବ ରଥଟଣା।
ସୂଚନାଅନୁଯାୟୀ, କେନ୍ଦ୍ରାପଡ଼ାରେ ଅଟକିଲା ମହାପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ବଜ ରଥ। ପରମ୍ପରା ଅନୁଯାୟୀ ଗତକାଲି ସନ୍ଧ୍ୟା ୫ଟାରେ ରୀତିନୀତି ଅନୁଯାୟୀ ରଥକୁ ବିଜେ କରିଥିଲେ ମହାପ୍ରଭୁ।
/sambad/media/post_attachments/wp-content/uploads/2022/07/IMG-20220710-WA0026.jpg)
ଆଜି ଅପରାହ୍ନରେ ନୀତିକାନ୍ତି ପରେ ରଥ ଟଣା ଆରମ୍ଭ ହୋଇଥିଲା। ହେଲେ ରଥ ଟଣାଯିବା ସମୟରେ ପୁଣିଥରେ ରଥ ବାମ ମୋଡ଼ ନେଇ ରାସ୍ତା ପାର୍ଶ୍ଵରେ ଥିବା ଉଠା ଦୋକାନରେ ଲାଗିଯିବାରୁ ରଥଟଣା ବନ୍ଦ କରାଯାଇଥିଲା। ଗତଥର ଭଳି ଚଳିତଥର ମଧ୍ୟ ଚଳିତଥର ମଧ୍ୟ ବ୍ରହ୍ମ ତାଳଧ୍ଵଜ ରଥକୁ ଉଠାଇବା ପାଇଁ ଉଭୟ ରେଲୱେ ଜଗ(ହାଇଡ଼୍ରୋଲିକ ମେସିନ) ଏବଂ ଇଞ୍ଜିନିୟରଙ୍କ ସହାୟତା ଲୋଡିଥିଲା ପ୍ରଶାସନ। ଖବର ପାଇ ତୁରନ୍ତ ରେଲୱେ ଜଗ ଓ ଇଞ୍ଜିନିୟର ଘଟଣା ସ୍ଥଳରେ ପହଞ୍ଚି ରଥକୁ ଡ଼ାହାଣ ପଟକୁ ଆଣିଛନ୍ତି। ସେହିପରି ରଥଯାତ୍ରା ଦିନ ମଧ୍ୟ ବିଭ୍ରାଟ ନଜରକୁ ଆସିଥିଲା।