ଦ୍ବିତୀୟ ପତ୍ନୀ ଆଣି ପ୍ରଥମ ପତ୍ନୀଙ୍କୁ ସ୍ୱାମୀ ଘରୁ ତଡ଼ି ଦେବା ନେଇ ମହିଳା ଥାନାରେ ଅଭିଯୋଗ

ଜୟପୁର: ଜୟପୁର ସଦରଥାନା ଉମୁରୀ ଗାଁର ରମେଶ ହରିଜନ ନାମକ ଜୈନେକ ବ୍ୟକ୍ତି ବାହାଘରର ୯ବର୍ଷ ପରେ ଦ୍ବିତୀୟ ପତ୍ନୀଙ୍କୁ ଆଣି ପ୍ରଥମ ପତ୍ନୀକୁ ଘରୁ ତଡ଼ି ଦେଇଥିବା ମହିଳା ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ରମେଶ ଗତ ୯ବର୍ଷ ତଳେ ବୋରିଗୁମ୍ମା ଥାନାର ଜାମୁଣ୍ଡା ଅଂଚଳର ନିରୁପମାକୁ ବାହା ହୋଇଥିଲେ। ଏହାରି ମଧ୍ୟରେ ତାଙ୍କର ୭ବର୍ଷ ଓ ୨ବର୍ଷର ୨ଟି ପିଲା ବି ରହିଛନ୍ତି।

ଏହା ବାଦ ରମେଶ ଆଉ ଗୋଟିଏ ଝିଅକୁ ଘରକୁ ଦ୍ବିତୀୟ ପତ୍ନୀ ଭାବେ ଆଣିଥିଲେ। ଏହା ପରେ ନିରୁପମାଙ୍କୁ ଶାରିରୀକ, ମାନସିକ ନିର୍ଯ୍ୟାତନା ଦେବା ସହ ଘରୁ ତଡ଼ି ଦେଇଥିବା ନିରୁପମା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଭିତ୍ତି କରି ମହିଳା ଥାନା ଆଇଆଇସି ମମତା ପାଣିଗ୍ରାହୀ ଓ ତଦନ୍ତକାରୀ ଅଧିକାରୀ ସବଇନସପେକ୍ଟର ମୀନାକ୍ଷୀ ଦଳବେହେରା ଘଟଣାର ତଦନ୍ତ କରି ଅଭିଯୁକ୍ତ ରମେଶ ନାଁରେ ଏକ ମାମଲା ରୁଜୁ କରିଛନ୍ତି।

ସମ୍ବନ୍ଧିତ ଖବର