ବନ୍ଦ ଘରୁ ସାଢେ ୩ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଓ ନଗଦ ୪୫ ହଜାର ଚୋରି 

ବାଲିପାଟଣା: ଭୁବନେଶ୍ୱର କମିସରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଚୋରି, ଲୁଟ, ରାହାଜାନୀ ଥମିବାର ନାଁ ଧରୁନି। ବାରହଳ ବଡ଼ପଡା ଗ୍ରାମର ସବୀର ମହମ୍ମଦ ବନ୍ଦ ଘରୁ ସାଢେ ୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଏବଂ ନଗଦ ୪୫ ହଜାର ଟଙ୍କା ଚୋରି ହୋଇଛି। ବାଲିପାଟଣା ପୁଲିସ ସାଇଣ୍ଟିଫିକ ଟିମ ଜରିଆରେ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ରାଜସ ପଞ୍ଚାୟତ ବାରହଳ ବଡ଼ପଡା ଗ୍ରାମର ସବୀର ମହମ୍ମଦ ଗତ ଗୁରୁବାର ଠାରୁ କୌଣସି କାମରେ ବାହାରକୁ ଯାଇଥିଲେ।ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ତାଙ୍କ ଘର ଝରକା ଗ୍ରିଲ ତାଡି ଭିତରେ ପଶିଥିଲେ। ବେଡ଼ରୁମରେ ଥିବା ଗଡ୍ରେଜ ଭାଙ୍ଗି ସେଥିରୁ ୭ ଭରି ସୁନା ଓ ୮୦ ଭରି ରୁପା ଗହଣା ସହ ୪୫ରୁ ୫୦ ହଜାର ଟଙ୍କା ଚୋର ଚୋରି କରି ନେଇଛି।

ଗତକାଲି ଅପରାହ୍ନରେ ସବୀର ଘରକୁ ଫେରିଥିଲେ। ଘର ଭିତରେ ଜିନିଷପତ୍ର ଏଣେତେଣେ ଖେଳେଇ ହୋଇ ପଡ଼ିଥିବା ସେ ଦେଖିଥିଲେ। ଅଳଙ୍କାର ଓ ଟଙ୍କା ଚୋରି ହୋଇଥିବା ସ୍ପଷ୍ଟ ହୋଇଥିଲେ। ଚୋରି ସମ୍ବନ୍ଧରେ ସବୀର ଗତକାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ବାଲିପାଟଣା ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର