ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ନିକଟସ୍ଥ ବେହେଡା ଠାରେ ଥିବା ତାରିଣୀ ପୀଠରେ ଗତକାଲି ରାତିରେ ବଡଧରଣର ଚୋରି ହେଇଛ। ମିଳିଥିବା ସୂଚନା ଅନୁଯ।ୟୀ ଚୋରମାନେ ମନ୍ଦିର ପ୍ରାଙ୍ଗଣରେ ଓ ଭିତରେ ଥିବା ୨ଟି ଭକ୍ତଙ୍କ ଦାନ ପେଡ଼ିର ଚାବି ଭାଙ୍ଗି ଟଙ୍କାକୁ ଲୁଟି ମନ୍ଦିରଠୁ ବହୁତ ଦୂରରେ ଖାଲି ଦାନ ପେଡ଼ିକୁ ଫିଙ୍ଗି ଦେଇଥିଲେ। ଏହି ୨ ଟି ଦାନ ପେଡ଼ିରେ ପ୍ରାୟ ଲକ୍ଷାଧିକ ଟଂକା ଥିବା ଅନୁମାନ କରାଯାଉଛି। ଚୋର ମାନଙ୍କର ଘୃଣ୍ୟ କାର୍ଯ୍ୟ ଏତିକି ରେ ସରିନି। ମା’ ତାରିଣୀ ପିନ୍ଧିଥିବା ସୁନା ଓ ରୂପା ଅଳଂକାର ଓ ଶାଢ଼ି ମଧ୍ୟ ଚୋର ନେଇଯାଇଛି, ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କ। ହେବ ବୋଲି ଅନୁମାନ କରାଯାଉଛି।
ମନ୍ଦିର ପଛରେ ରହୁଥବା ମା’ଙ୍କ ପୂଜକ ସୁଦାମ ମିଶ୍ରଙ୍କ ଘର ସାମ୍ନା ଆଡେ ଚୋର ଗୋଡ଼ ଦେଇ ଦେଇଥିଲା। ପୂଜକ ଶ୍ରୀ ମିଶ୍ର ମନ୍ଦିରକୁ ଲାଗିଥିବା ଏକ ଗାଁର ଜଣେ ବ୍ୟକ୍ତିଙ୍କୁ ଫୋନ କରିବ। ପରେ ଉକ୍ତ ବ୍ୟକ୍ତି କବାଟ ଖୋଲିଥିଲେ। ଓ ପରେ ପୂଜକ ସମସ୍ତ ଘଟଣା ଜାଣି ପାରି ମନ୍ଦିର ପରିଚ।ଳନ। କମିଟି ସଭ୍ୟ ଙ୍କୁ ଫୋନ ମାଧ୍ୟମରେ ଜଣେଇ ଥିଲେ। କିଛି ସମୟ ମଧ୍ୟରେ ସମସ୍ତ ସଭ୍ୟ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଘଟଣାକୁ ସମସ୍ତେ ତୀବ୍ର ନିନ୍ଦା କରିବା ଶହ ଉମରକୋଟ ପୁଲିସ ତୁରନ୍ତ ଚୋରଙ୍କୁ ଧରିବା ପାଇ ଗ୍ରାମବାସୀ ଓ ପରିଚ।ଳନ। କମିଟି ସଭ୍ୟ ଦାବି କରିଛନ୍ତି। ଖବର ପାଇଁ ଉମରକୋଟ ପୁଲିସ ମନ୍ଦିରରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି।
ନଭେମ୍ବର ୧୯ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଚୋରକୁ ଧରିବାରେ ଉମରକୋଟ ପୁଲିସ ସଫଳ ହେଇନଥିବା ବେଳେ କୌଣସି ଅଳଙ୍କାରକୁ ମଧ୍ୟ ଉଦ୍ଧାର କରି ପାରିନି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖା ଯାଇଛି । ପୂଜକ ସୁଦାମ ମିଶ୍ର ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତୁରନ୍ତ ଚୋରକୁ ଧରିବା ଶହ ଚୋରି ଅଳଙ୍କାରକୁ ଉଦ୍ଧାର ପାଇଁ ପୁଲିସ୍ ପଦକ୍ଷେପ ନେବ। ପାଇଁ ତାରିଣୀ ଭକ୍ତ ମାନେ ଦାବି କରିଛନ୍ତି।