ବାରିପଦା: ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକର ସାନଡ଼ାଳିମା ଗ୍ରାମର ୱାର୍ଡ଼ ସଭ୍ୟ ଶାଙ୍ଖାର ବାସ୍କେ ଓ ଠୁମ୍ପୁ ସୋରେନଙ୍କ ପରିବାରକୁ ପରମ୍ପରା ନାମରେ ବେଆଇନ ଭାବେ ଜାତିରୁ ବାସନ୍ଦ କରାଯିବା ବିଷୟକୁ ନେଇ ରାଇରଙ୍ଗପୁର ଜନମଙ୍ଗଳ ଅଧିକାରୀ ଓ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଫେରାଦ ଜଣାଇବା ପରେ ନ୍ୟାୟ ମିଳିପାରିଲା ନାହିଁ । ଉକ୍ତ ଘଟଣାରେ ଏକ ଉଚ୍ଚସ୍ତରୀୟ ପଦାଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯାଇ ପିଡ଼ିତ ପରିବାରଙ୍କୁ ନ୍ୟାୟ ପ୍ରଦାନ କରାଯିବା ଦାବି ସହିତ ୧୯୮୬ ଜମି ବନ୍ଦୋବସ୍ତରେ ଜାଲିଆତି କରି ଧରମଡିହ ରାଜସ୍ୱ ମୌଜା ଅଧୀନ ସରକାରୀ ଜମି ପ୍ଲଟ ନମ୍ବର ୮୮୪, ଖତିଆନ ନମ୍ବର ୧୩୨କୁ ବେଆଇନ ଭାବେ ସାନଡାଳିମା ଗ୍ରାମର ଭୁକୁ ମାଝୀଙ୍କ ପୁଅ ମୋହନ ମାଝୀ ଦଖଲ ବିଶ୍ୱନାଥ ବାସ୍କେଙ୍କୁ ଠକାଇଥିବା ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆଦି ତିନି ଦଫା ନେଇ ଆଜି ଶାଙ୍ଖାର ବାସ୍କେ, ଶୁଶୀଳ ମାଝୀ ଓ ପାର୍ବତୀ ମାଝୀ ବାରିପଦାସ୍ଥିତ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସାଙ୍ଗକୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିବାର ଶାଙ୍ଖାର ବାସ୍କେ ସୂଚନା ଦେଇଛନ୍ତି । ତେବେ ଜଣେ ଜନପ୍ରତିନିଧି ହୋଇ ମଧ୍ୟ କଠୋର ଜାତିପ୍ରଥା ପରମ୍ପରାରୁ ବାଦ୍ ନପଡ଼ିବା ଚର୍ଚ୍ଚାର ବିଷୟ ପାଲଟିଛି।
କଠୋର ଜାତିପ୍ରଥା ପରମ୍ପରାରୁ ବାଦ୍ ପଡ଼ିଲେନି ଜନପ୍ରତିନିଧି; ପୀଡ଼ିତ ସାନ୍ତାଳ ପରିବାରକୁ ଜାତିରୁ ବାସନ୍ଦ, ଜମି ଜାଲିଆତି ପ୍ରତିବାଦ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
/sambad/media/post_attachments/wp-content/uploads/2021/01/IMG-20210121-WA0024.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)