ରାଉରକେଲା : ଲାଞ୍ଚ ନେଉଥିବାବେଳେ ସିବିଆଇ ହାତରେ ଧରାପଡିଛନ୍ତି ଜଣେ ପୋଷ୍ଟାଲ ଇନ୍ସପେକ୍ଟର । ସେ ହେଉଛନ୍ତି ସୁନ୍ଦରଗଡ଼ ମୁଖ୍ୟ ପୋଷ୍ଟ ଅଫିସର ପୋଷ୍ଟାଲ୍ ଇନ୍ସପେକ୍ଟର ଉଜ୍ଜଳ କୁମାର । ସେ ୫୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି । ନିଜ ଅଧିନରେ କାମ କରୁଥିବା ଜଣେ କର୍ମଚାରୀଙ୍କ ୬ମାସର ବକେୟା ଦରମା ବିଲ କରିଦେବା ପାଇଁ ସେ ଏହି ଲାଞ୍ଚ ନେଉଥିବା ଜଣାପଡ଼ିଛି । ଏହି ସମୟରେ ଭୁବନେଶ୍ବର ସିବିଆଇର ଏକ ଟିମ ତାଙ୍କୁ ଧରିଥିଲା । ଧରିବା ପରେ ସୁନ୍ଦରଗଡ ସ୍ଥିତ ତାଙ୍କ ଭଡା ଘରେ ତଲାସି ଅଭିଯାନ ଜାରି । ଅଭିଯୁକ୍ତଙ୍କୁ ସିବିଆଇ ପକ୍ଷରୁ ଅଟକ ରଖାଯାଇଛି ।
୫ ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ ପୋଷ୍ଟାଲ ଇନ୍ସପେକ୍ଟର
/sambad/media/post_attachments/wp-content/uploads/2022/06/WhatsApp-Image-2022-06-13-at-4.19.38-PM.jpeg)