ସୁନ୍ଦରଗଡ଼: ଶୁକ୍ରବାର ପ୍ରକାଶିତ ସିବିଏସଇ ଦଶମ ପରୀକ୍ଷାରେ ସୁନ୍ଦରଗଡ଼ ପବ୍ଲିକ ସ୍କୁଲ ଛାତ୍ର ମାଷ୍ଟର ଅରିନ ନନ୍ଦ ଓ ହେମଗିର ଏମସିଏଲ ବସୁନ୍ଧରାସ୍ଥିତ ଡିଏଭି ପବ୍ଲିକ ସ୍କୁଲ ଛାତ୍ରୀ ଲିପ୍ସା ସିଂ ୯୯ ପ୍ରତିଶତ ମାର୍କ ରଖି ଯୁଗ୍ମ ଭାବେ ଜିଲ୍ଲା ଟପର୍ ହୋଇଛନ୍ତି। ଅରିନ ଗଣିତ, ସଂସ୍କୃତ, ବିଜ୍ଞାନରେ ଶହେ ନମ୍ବର ସହ ୪୯୫ ମାର୍କ ରଖିଥିବା ବେଳେ ଲିପ୍ସା ବିଜ୍ଞାନରେ ଶହେ ନମ୍ବର ସହ ୪୯୫ ମାର୍କ ରଖି ନିଜ ସ୍କୁଲ ସହ ସୁନ୍ଦରଗଡ଼ ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି। ସୁନ୍ଦରଗଡ଼ର ବ୍ୟବସାୟୀ ସଂଜୟ ନନ୍ଦ ଓ ମମତା ନନ୍ଦଙ୍କ ପୁଅ ଅରିନଙ୍କ ଏହି କୃତିତ୍ବ ସ୍କୁଲରେ ଆନନ୍ଦର ଲହରି ଖେଳାଇ ଦେଇଛି। ନିଜ ପରିଶ୍ରମ ସହ ବାପାମାଙ୍କ ଆଶୀର୍ବାଦ ଓ ଶିକ୍ଷକଙ୍କ ମାର୍ଗଦର୍ଶନ ତାଙ୍କ ଏହି ସଫଳତା ଆଣି ଦେଇଛି ବୋଲି ଅରିନ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତାଙ୍କ କୃତିତ୍ବକୁ ନେଇ ସ୍କୁଲ ପରିଚାଳନା କମିଟି ସମ୍ପାଦକ ରାଜକିଶୋର ଷଡ଼ଙ୍ଗୀ, ଅଧ୍ୟକ୍ଷା ହରପ୍ରିୟା ପଟେଲ, ଶିକ୍ଷକ ଅଶୋକ ପରିଡ଼ାଙ୍କ ସମେତ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ହେମଗିର ବ୍ଲକ୍ ଗୋପାଳପୁର ଦୈତାରୀ ସିଂ ଓ ପ୍ରମିଳା ସିଂଙ୍କ ଝିଅ ଲିପ୍ସା ନିଜ ସଫଳତା ପଛରେ ସର୍ବପ୍ରଥମେ ମା’ ଓ ନିଜ ପରିଶ୍ରମ ସହ ଶିକ୍ଷକମାନଙ୍କୁ ଶ୍ରେୟ ଦେଇଛନ୍ତି।
ସିବିଏସଇ ଦଶମ ସୁନ୍ଦରଗଡ଼ ଜିଲ୍ଲା ଟପର୍: ଅରିନ ନନ୍ଦ ଓ ଲିପ୍ସା ସିଂ
/sambad/media/post_attachments/wp-content/uploads/2022/07/sng.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)