ଫିଟୁଛି ସ˚ପାଦକ ଦମ୍ପତିଙ୍କ କେଳେଙ୍କାରୀ; ଧାନ ଦୁର୍ନୀତି ପଛରେ ସିସିସିବି ବ୍ୟାଙ୍କ

ଅନ୍ଧାରରେ ଚାଷୀ; ସ˚ପାଦକଙ୍କୁ ବ୍ୟାଙ୍କ୍‌ ଦେଇଛି ଚେକ୍‌ବହି; ମ୍ୟାନେଜର‌ କହିଲେ, ଭୁଲ୍‌ ହେଇଛି; ଆଉ ହବନି...

କେନ୍ଦ୍ରାପଡ଼ା: ନିୟମ କହୁଛି ଯେଉଁ ବ୍ୟକ୍ତିଙ୍କ ନାଁରେ ବ୍ୟାଙ୍କ୍‌ରେ ଆକାଉଣ୍ଟ୍‌ ଥିବ, ସେ ହିଁ ନିଜ ଚେକ୍‌ ବହି ରିସିଭ୍‌ କରିପାରିବେ। କୌଣସି ପରିସ୍ଥିତିରେ ବି ବ୍ୟାଙ୍କ କର୍ତ୍ତୃପକ୍ଷ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଚେକ୍‌ ବହି ଦେଇପାରିବେ ନାହିଁ। ଯଦି ଏଭଳି କରାଯାଏ, ତେବେ ତାହା ସ˚ପୂର୍ଣ୍ଣ ବେଆଇନ। କିନ୍ତୁ କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‌(ସିସିସିବି), ମହାକାଳପଡ଼ା ଶାଖାରେ ଏ ସବୁ ସମ୍ଭବ ହେଇପାରୁଛି। ନିୟମ ବୋଲି ଯେମିତି କିଛି ନାହିଁ। ଚାଷୀଙ୍କ ଚେକ୍‌ ବହି ସୋସାଇଟି ସ˚ପାଦକ ନିଜ ନାଁରେ ଦସ୍ତଖତ ମାରି ନେଇପାରୁଛନ୍ତି। ଆଉ ଆଶ୍ଚର୍ଯ୍ୟର କଥା ହେଉଛି, ସବୁ ନୀତିନିୟମକୁ ଜଳାଞ୍ଜଳି ଦେଇ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ବିନା ସ˚କୋଚରେ ଚାଷୀଙ୍କ ଚେକ୍‌ବହିକୁ ସ˚ପାଦକଙ୍କ ହାତକୁ ଆଖିବୁଜି ଧରାଇ ଦେଉଛନ୍ତି, ଯାହା ମହାକାଳପଡ଼ା ଅମେଇପାଳ ସୋସାଇଟି ଧାନ କେଳେଙ୍କାରୀ ଘଟଣାରୁ ପ୍ରମାଣିତ ହୋଇଛି। କେବଳ ସେତିକି ନୁହେଁ, ଏହି ଘଟଣା ସିଧାସଳଖ ସ˚ପାଦକ-ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କ ଅସାଧୁ ମେଣ୍ଟକୁ ପଦାରେ ପକାଇବା ସହ ମଣ୍ତିର ହେଉଥିବା ଧାନ ଦୁର୍ନୀତି ଚେର ଯେ ସିସିସିବି ବ୍ୟାଙ୍କ୍‌ ଯାଏ ଲମ୍ବିଛି, ତାହା ଅମେଇପାଳ ଘଟଣାରୁ ସ୍ପଷ୍ଟ ହେଇଯାଇଛି।

ଯଦୁପୁର ଓ ଅମେଇପାଳ ସୋସାଇଟିର ନିଲମ୍ବିତ ସ˚ପାଦକ ଦମ୍ପତି ଅଜିତ୍‌ବ˚ଧୁ ସାମନ୍ତରାୟ ଓ ମିୟଙ୍କା ବେଉରାଙ୍କ ଷଡ଼ଯନ୍ତ୍ର ତଥା କାରସାଦିର ଶିକାର ହୋଇ ମଣ୍ତିରେ ଧାନ ବିକିବାରୁ ବ˚ଚିତ ହୋଇଥିବା ଚାଷୀ ସରୋଜକାନ୍ତ ବେହେରାଙ୍କ ଆକାଉଣ୍ଟ୍‌ ମହାକାଳପଡ଼ା ସିସିସିବିରେ ରହିଛି। କୃଷି ଋଣଠୁ ଧାନ ବିକା ଟଙ୍କା ଏହି ବ୍ୟାଙ୍କ୍‌ରୁ ହିଁ ତାଙ୍କୁ ମିଳିଥାଏ। ଏହି କ୍ରମରେ ଚଳିତବର୍ଷ ସେ ଧାନ ବିକି ନଥିଲେ ବି ତାଙ୍କ ଟୋକନ୍‌ରେ ଚଞ୍ଚକତା ପୂର୍ବକ ଧାନ ବିକି ଟଙ୍କା ଉଠାଇବାରେ ସଫଳ ହୋଇଛନ୍ତି ନିଲମ୍ବିତ ସ˚ପାଦକ ଦମ୍ପତି। କିନ୍ତୁ ଯେଉଁଭଳି ଉପାୟରେ ଏହି କେଳେଙ୍କାରୀକୁ ସଫଳ ରୂପ ଦିଆଯାଇଛି ଆଉ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଯେପରି ଭରପୁର ସହଯୋଗ କରିଛନ୍ତି, ତାହା ଚକିତ କଲା ଭଳି। ତଥ୍ୟ ମୁତାବକ ଫେବ୍ରୁଆରି ୨୦ ତାରିଖରେ ଶ୍ରୀ ବେହେରାଙ୍କ ନାଁରେ ଇସ୍ୟୁ ହୋଇଥିବା ଚେକ୍‌ବହିକୁ ଯଦୁପୁର ସ˚ପାଦକ ଅଜିତ୍‌ବ˚ଧୁ ସାମନ୍ତରାୟ ବ୍ୟାଙ୍କ୍‌ରୁ ରିସିଭ୍‌ କରିଛନ୍ତି। ରିସିଭ୍‌ ପୂର୍ବରୁ ବ୍ୟାଙ୍କ୍‌ ରେଜିଷ୍ଟ୍ରାର‌୍‌ରେ ନିଜ ନାଁ ବି ଦସ୍ତଖତ ମାରିଛନ୍ତି। କୌତୁହଳର କଥା ହେଉଛି, ଅଜିତ୍‌ବ˚ଧୁ ହେଉଛନ୍ତି ଯଦୁପୁର ସୋସାଇଟି ସ˚ପାଦକ। ନିୟମ ଦୃଷ୍ଟିରୁ ଅମେଇପାଳ ସୋସାଇଟି କିମ୍ବା ତା’ ଅଧୀନ ଚାଷୀଙ୍କ ବ୍ୟାଙ୍କ୍‌ କାରବାର ସହିତ ତାଙ୍କର କୌଣସି ସ˚ପର୍କ ରହିବା କଥା ନୁହେଁ। କିନ୍ତୁ ଯୁଦୁପୁରର ସ˚ପାଦକ ହୋଇ ବି ଅଜିତ୍‌ବ˚ଧୁ ଅମେଇପାଳ ସୋସାଇଟିର ଚାଷୀ ଶ୍ରୀ ବେହେରାଙ୍କ ଚେକ୍‌ବହି ନିଜ ନାଁରେ ଦସ୍ତଖତ ମାରି ରିସିଭ୍‌ କରିଛନ୍ତି ଆଉ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଆଖିବୁଜି ଏହାକୁ ଅନୁମତି ଦେଇଛନ୍ତି। କେବଳ ସେତିକି ନୁହେଁ, ୨୫ ତାରିଖରେ ଚେକ୍‌(ନ˚-୧୦୯୯୮୧) ବଳରେ ୪୯ହଜାର ଟଙ୍କା ଉଠାଣ ବି ହୋଇଛି।

ନିୟମ କହୁଛି, ଯାହା ନାଁରେ ଚେକ୍‌ ବହି, ତାଙ୍କୁ ହିଁ ଦିଆଯିବା କଥା। କିନ୍ତୁ ଅମେଇପାଳ ସୋସାଇଟି ଚାଷୀଙ୍କ ଚେକ୍‌ବହିକୁ ଯଦୁପୁର ସୋସାଇଟି ସ˚ପାଦକଙ୍କୁ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଦେଇଦେଲେ କେମିତି? ରେଜିଷ୍ଟ୍ରାର‌୍‌ ଦସ୍ତଖତରେ ଚାଷୀ ନିଜେ ନୁହେଁ ବୋଲି ଜାଣିବା ପରେ କାହିଁକି ମନା କଲେ ନାହିଁ କର୍ତ୍ତୃପକ୍ଷ? ଏହା ପଛର କାରଣ କ’ଣ ହୋଇପାରେ?  ଅଜିତ୍‌ବ˚ଧୁଙ୍କ ସହିତ ଏମିତି କି’ ସ˚ପର୍କ ଅଛି ଯେ କର୍ତ୍ତୃପକ୍ଷ ବ୍ୟାଙ୍କ୍‌ର ମୌଳିକ ନିୟମକୁ ବି ଭୁଲିଗଲେ? ଏହି ଗୋଟିଏ ଚେକ୍‌ବହି କ୍ଷେତ୍ରରେ ଏଭଳି ହୋଇଛି ନା’ ଏଭଳି ଶହଶହ ଚାଷୀଙ୍କ ଚେକ୍‌ବହିକୁ ବ୍ୟାଙ୍କ କର୍ତ୍ତୃପକ୍ଷ ସ˚ପାଦକମାନଙ୍କ ହାତକୁ ଟେକି ଦେଉଛନ୍ତି, ତାହା ଏବେ ତଦନ୍ତର ଅପେକ୍ଷା ରଖୁଛି। କୁହାଯାଉଛି, କେବଳ ଅମେଇପାଳ କି’ ଯଦୁପୁର ନୁହେଁ, ଏଭଳି ଅନେକ ସୋସାଇଟିର ସ˚ପାଦକମାନେ ଚାଷୀଙ୍କ ଚେକ୍‌ବହି ହାତେ ହାତେ ନେଇ ଆସୁଥିବା ବେଳେ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ମନା କରିବା ପରିବର୍ତ୍ତେ ଦେଇ ଦେଉଛନ୍ତି। ଏଭଳି ସ୍ଥିତିରେ ଯଦି ବ୍ୟାଙ୍କ୍‌ ଚେକ୍‌ବହି ରେଜିଷ୍ଟ୍ରାର‌୍‌ ଏବେ ଯାଞ୍ଚ୍‌ କରାଯାଏ, ତେବେ ଆହୁରି ଅନେକ ଚାଷୀଙ୍କ ଚେକ୍‌ବହିକୁ ସ˚ପାଦକମାନେ ଦସ୍ତଖତ ମାରି ରିସିଭ୍‌ କରିଥିବା ବିଷୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଆଉ ଏକ ପ୍ରଶ୍ନ ଉଠୁଛି ଯେ ଯଦି କର୍ତ୍ତୃପକ୍ଷ ଅନ୍ୟ ଜଣଙ୍କୁ ଚେକ୍‌ ବହି ଦେଇପାରୁଛନ୍ତି, ତେବେ ଟଙ୍କା କାରବାର ବି କାହିଁକି ସେହିଭଳି ଢଙ୍ଗରେ ହେଉ ନଥିବ? ଏଣୁ ପୂରା ଷଡ଼ଯନ୍ତ୍ରରେ ସ˚ପାଦକଙ୍କ ସହିତ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କ ଭୂମିକା ପଦାରେ ପଡ଼ି ସାରିଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହେଉଛି। ଅନ୍ୟପକ୍ଷରେ ସିସିସିବି ମହାକାଳପଡ଼ା ଶାଖା ମ୍ୟାନେଜର‌୍‌ ଅକ୍ଷୟ କୁମାର ଦାସ କହିଛନ୍ତି ଯେ ଚାଷୀ ନିଜେ ହିଁ ନିଜର ଚେକ୍‌ବହି ବ୍ୟାଙ୍କ୍‌ରୁ ନେବ। ସ˚ପାଦକମାନଙ୍କୁ ଦେବାର କୌଣସି ନିୟମ ନାହିଁ। ଅମେଇପାଳ କ୍ଷେତ୍ରରେ କିନ୍ତୁ ଭୁଲ୍‌ ହେଇଛି।

ସମ୍ବନ୍ଧିତ ଖବର