ଅନୁଗୁଳ ସହରର ୮ଟି ଛକ ଉପରେ ଲାଗିଲା ୩୮ ସିସିଟିଭି କ୍ୟାମେରା, ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଅନୁଗୁଳ: ଦିନକୁ ଦିନ ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ବଢି ଚାଲିଛି। ଅପରାଧୀଙ୍କୁ ଧରିବା ପାଇଁ ପୁଲିସ ଅନେକ ଯୋଜନା କରୁଛି। ବିଭିନ୍ନ ପଦକ୍ଷେପ ନେଉଛି କିନ୍ତୁ ଅନୁଗୁଳ ସହର ଅପରାଧ ମୁକ୍ତ ହୋଇପାରୁ ନାହିଁ। ଏଥି ପାଇଁ ସହରର ୮ଟି ମୁଖ୍ୟ ଛକରେ ସିସିଟିଭିର କ୍ୟାମେରା ଲଗାଯାଇଛି। ଅନୁଗୁଳ ପୁଲିସର ଏହି ପଦକ୍ଷେପକୁ ସହରବାସୀ ସ୍ୱାଗତ ଜଣାଇଛନ୍ତି।

ଅନୁଗୁଳ ସହରର ଗଳି କନ୍ଦିରେ ଯାହା ଘଟୁଛି ସବୁ ଉପରେ ସିସିଟିଭିର ନଜର ରହିଛ। ଅନୁଗୁଳକୁ ଅପରାଧ ମୁକ୍ତ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ଦୃଢମନା ହୋଇଛନ୍ତି। ଅପରାଧ, ଅପରାଧୀ ଏବଂ ଟ୍ରାଫିକ୍‌ ନିୟନ୍ତ୍ରଣ ଉପରେ ନଜର ରଖିବା ପାଇଁ ପରୀକ୍ଷା ମୂଳକ ଭାବେ ସହରର ୮ଟି ଛକରେ ୩୮ଟି ସିସିଟିଭି କ୍ୟାମେରା ଲାଗିଛି, ଯାହାର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ୨୪ ଘଂଟିଆ କଂଟୋ୍ରଲ ରୁମ୍‌ ରହିଛି । ଏହି କଂଟ୍ରୋଲ ରୁମ୍‌ ମାଧ୍ୟମରେ ସହରରେ ଘଟୁଥିବା ଘଟଣା, ଦୁର୍ଘଟଣା, ଟ୍ରାଫିକ୍‌ ନିୟନ୍ତ୍ରଣ ଓ ସହରର ବୁଲୁଥିବା ପିସିଆର ଭ୍ୟାନ ସହ ଯୋଗାଯୋଗରେ ରଖାଯିବ।

Photo by Chiku

ପ୍ରାଥମିକ ପର୍ଯ୍ୟାୟରେ ସହର ମୁଖ୍ୟ ଛକରେ ସିସିଟିଭି ଲାଗିଛି। ପରବର୍ତ୍ତୀ ସମୟରେ ତାଳଚେର ସହର ଏବଂ ଏମସିଏଲ ଅଂଚଳରେ ଲାଗିବ। ଏହାସହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ ଏବଂ ଆବାସିକ କୋଠାରେ ଲାଗିଥିବା ସିସିଟିଭିକୁ ଜିଲ୍ଲା ପୁଲିସ କଂଟ୍ରୋଲ ରୁମ୍‌ ସହ ଯୋଡା ଯିବ। ଅନୁଗୁଳ ଓ ତାଳଚେରକୁ ମିଶାଇ ଟୁଇନ୍‌ ସିଟି ସୁରକ୍ଷା ବ୍ୟବସ୍ଥା ଯୋଜନା ହୋଇଛି। ଏଥିପାଇଁ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଏବେ ପ୍ରଶ୍ନ ଉଠୁଛି, ଅନେକ ସମୟରେ ଟ୍ରାଫିକ୍‌ ସିଗ୍ନାଲ ଠପ୍‌ ହୋଇଯିବା ଭଳି ସିସିଟିଭି କ୍ଷେତ୍ରରେ ହେବ ନାହିଁ ତ? ସିସିଟିଭି କିଣିବା ଆଗରୁ ସଠିକ୍‌ ଭାବେ ସେଗୁଡିକର ମାନ ଯାଂଚ କରାଯାଇଛି ତ?

ସମ୍ବନ୍ଧିତ ଖବର