ଭଦ୍ରକ: ଜଣେ ଠିକାଦାରଙ୍କ ବିଲ୍ ପାସ କରି ଦେବା ପାଇଁ ତାଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭଦ୍ରକ ସିଡିଏମଓ ଡା. ଗୀତାଞ୍ଜଳି ପଟ୍ଟନାୟକ।
ଭଦ୍ରକ ଭିଜିଲାନ୍ସ ଡିଏସପି ଶରତ ମହାପାତ୍ରଙ୍କ ଠାରୁ ପ୍ରକାଶ ଯେ, ଭଦ୍ରକ ସ୍ୱାସ୍ଥ୍ୟବିଭାଗରେ ସଫେଇ କାର୍ଯ୍ୟ ଏକ ଠିକା ସଂସ୍ଥାକୁ ଦିଆଯାଇଛି। ମା ଶାରଳା ଏଜେନ୍ସି ନାମକ ଏହି ସଂସ୍ଥାର ମାଲିକ ରଶ୍ମୀରଞ୍ଜନ ଦାସ ତାଙ୍କ ୮ ଜଣ ସଫେଇକର୍ମଚାରୀଙ୍କ ଦରମା ବାବଦ ବିଲ୍ ସିଡିଏମଓ ଅଫିସରେ ଦାଖଲ କରିଥଲେ। ଏହି ବିଲ୍ ପାସ କରିବା ପାଇଁ ସିଡିଏମଓ ଡା. ପଟ୍ଟନାୟକ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଶ୍ରୀ ଦାସ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ଅନୁଯାୟୀ, ଆଜି ସିଡିଏମଓ ଡା. ପଟ୍ଟନାୟକ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଠିକାଦାର ଶ୍ରୀ ଦାସଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଟ୍ରାପ୍ କରିଥିଲେ। ପରେ ଡା. ପଟ୍ଟନାୟକଙ୍କ ଗବସାହିସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି।
୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭଦ୍ରକ ସିଡିଏମଓ
/sambad/media/post_attachments/wp-content/uploads/2017/11/cdmo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)