ସୁନ୍ଦରଗଡ଼: ମହାପ୍ରୟାଣ ଗାଡ଼ିରୁ ମୃତଦେହକୁ ଜୁଇ ପର୍ଯ୍ୟନ୍ତ ନେବାକୁ ହେଉଥିବା ଅସୁବିଧାକୁ ହୃଦୟଙ୍ଗମ କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଟିମ୍ ଶ୍ମଶାନବନ୍ଧୁଙ୍କୁ ଏକ ଫୋଲଡିଂ ଷ୍ଟ୍ରେଚର୍ ପ୍ରଦାନ କରିଛନ୍ତି। ଅନେକ ସମୟରେ ଅସହାୟ ବ୍ୟକ୍ତିଙ୍କ ଶବଗୁଡ଼ିକ ପରିଚିତ ପରିଜନଙ୍କ ଅପେକ୍ଷାରେ ଅନେକ ଦିନ ପର୍ଯ୍ୟନ୍ତ ହସ୍ପିଟାଲ ଶବାଗାରରେ ପଡ଼ି ରହିଥାଏ।
ପରିଜନ ନଆସିଲେ ଓ ମୃତକଙ୍କ କୌଣସି ଠିକଣା ନମିଳିଲେ ନିୟମ ଅନୁଯାୟୀ ପୁଲିସ ଶବ ବ୍ୟବଚ୍ଛେଦ କରାଇ ଟିମ ଶ୍ମଶାନ ବନ୍ଧୁଙ୍କୁ ଶେଷକୃତ୍ୟ ପାଇଁ ଦେଇଥାଏ। ଅନେକ ଅପମୃତ୍ୟୁ ବା କୋଭିଡ୍ ସଂକ୍ରମିତ ମୃତକଙ୍କ ଶବକୁ କୋକେଇର ବ୍ୟବସ୍ଥା ହୋଇପାରୁ ନଥିବାବେଳେ ଏହି ଷ୍ଟ୍ରେଚର୍ କାମରେ ଆସିବ ବୋଲି ସିଡିଏମଓ ଡାକ୍ତର ମିଶ୍ର ଓ ଏଡିଏମଓ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/1e8f31ed-8b08-4349-9661-3cf214d588f7.jpg)