କେନ୍ଦ୍ର ସଂଖ୍ୟା ଲଘୁ ରାଷ୍ଟ୍ରମନ୍ତ୍ରୀ ଜୋନ ଵାର୍ଲାଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ମାଲକାନଗିରି ଜିଲ୍ଲା ଗସ୍ତରେ କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜୋନ ଵାର୍ଲା ପ୍ରଥମେ ମାଲକାନଗିରି ସଦରମହକୁମା ସଂସ୍କୃତ ଭବନ ଠାରେ ପହଞ୍ଚି ଭାରତୀୟ ଜନସଙ୍ଘର ସଂସ୍ଥାପକ ଏବଂ ଭାରତୀୟ ଜନତା ପାର୍ଟିର ଆଦର୍ଶ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳୀ ଦେଇ, ସଂଖ୍ୟାଲଘୁ ସମ୍ପ୍ରଦାୟର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ସହ ବିଜେପି ଜିଲ୍ଲା କମିଟିର ସଂଗଠନ କାର୍ଯ୍ୟକଳାପ ଓ ମଣ୍ଡଳ ସଭାପତିଙ୍କ ସହ ଆଲୋଚନା କରିଥିଲେ।ପରେ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସଂପର୍କରେ ପଚାରି ବୁଝିବା ସହ ଏହାର ସମୀକ୍ଷା କରିଥିଲେ।

ଏଥିସହ ସରପଞ୍ଚମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗ ଦେଇଥିଲେ। ବୈଠକରେ ପୂର୍ବତନ ସାଂସଦ ତଥା ବିଜେପି ଉପସଭାପତି ବଳଭଦ୍ର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କାଳିରାମ ମାଝୀ, ରାଜ୍ୟ ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀ, କୁଚିଣ୍ଡାର ପୂର୍ବତନ ବିଧାୟକ ତଥା ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶର ସାଧାରଣ ସମ୍ପାଦକ ରବିନାରାୟଣ ନାଏକ, ବାଲିମେଲା ଏନ.ଏ.ସି ଚେୟାରମ୍ୟାନ ପ୍ରଦୀପ କୁମାର ନାୟକ, ପୁର୍ବତନ ଜିଲ୍ଲାସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ପରିଡା, ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପଦୁ ମାଝି, ଜିଲ୍ଲା ସାଧାରଣ ସମ୍ପାଦକ ମାଣିକଲାଲ ଚକ୍ରବର୍ତ୍ତୀ, ସମ୍ପାଦକ ନବଘନ ଲକେଇ, ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜୟ ସରକାର,ନଗର ମଣ୍ଡଲ ସଭାପତି ବାଲାଜି ପଡାଲ, ଦିଲିପ ଦଣ୍ଡପଟ, ଜିଲ୍ଲା ଓବିସି ମୋର୍ଚା ସଭାପତି ବିଜୟ ମହାରାଣା, ଜିଲ୍ଲା ଯୁବ ମୋର୍ଚା ସଭାପତି ଭବାନୀ ଶଙ୍କର ମୁଖାର୍ଜୀ ଏବଂ ଜିଲ୍ଲା ର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତିରେ କୋର କମିଟି, ମଣ୍ଡଳ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର