ସେଂଚୁରିଆନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମହିଳା କ୍ରିକେଟ୍ ଦଳକୁ ସମ୍ବର୍ଦ୍ଧନା 

ଜଟଣୀ: ଆଜି ସେଂଚୁରିଆନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ତିନି ଜଣ ଅନ୍ତର୍ଜାତୀୟ ମହିଳା କ୍ରିକେଟ ଖେଳାଳୀ ଓ ରାଜ୍ୟ ବରିଷ୍ଠ ଖେଳାଳୀଙ୍କୁ ସମ୍ମାନୀତ କରାଯାଇଛି ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ବର୍ଦ୍ଧିତ ଖେଳାଳୀଙ୍କ ସହ ଆଲୋଚନା କରିବା ସହ ପୁରୁଷ ପ୍ରଧାନ ସମାଜରେ କ୍ରିଡ଼ା ଆଦି କ୍ଷେତ୍ରରେ ମହିଳାଙ୍କ ଆଗେଇ ଆସିବା ଏକ ଉଲ୍ଲେଖନୀୟ ସାମାଜିକ ପରିବର୍ତନ ବୋଲି କହିଥିଲେ ।

ମୁଖ୍ୟ ମେଂଟର ପ୍ରଫେସର ଶିବକୃପା ବୋଷ ନିଜ ବକ୍ତବ୍ୟରେ ଭାରତର ପ୍ରସିଦ୍ଧ ମହିୟସୀ ମହିଳାଙ୍କ ଉଦାହରଣ ଦେଇ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶା କ୍ରିକେଟ୍ ସଂଘର ସଂଯୋଜକ ଭବାନୀ ଶଙ୍କର ଜେନା କ୍ରିଡ଼ାର ବିକାଶ ଓ ଉନ୍ନୟନ ପାଇଁ ବିଶ୍ୱବିଦ୍ୟାଳୟର ଯୋଗଦାନକୁ ପ୍ରଂଶସା କରିଥିଲେ । କାର୍ଯ୍ୟକ୍ରମକୁ ରବି ରାଉତରାୟ ଓ ସଂଗ୍ରାମ କେଶରୀ ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର