ସେଂଚୁରିଆନ୍ ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କୁ ଗବେଷଣା ପାଇଁ ମିଳିଲା ସହାୟତା

ଖୋର୍ଦ୍ଧା: “ଲଙ୍କା ମରିଚରେ ଆନ୍ଥ୍ରାକ୍ନୋଜ୍ ପ୍ରତିରୋଧୀ କ୍ଷମତାର ଆନୁବଂଶିକ ସଂପାଦନା’ ଶୀର୍ଷକ ଗବେଷଣା ପାଇଁ ସେଂଚୁରିଆନ୍ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ ରୁକ୍ମଣୀ ମିଶ୍ରଙ୍କୁ ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ଗବେଷଣା ବୋର୍ଡ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି ।

ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ, ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଆପ୍ଲାଇଡ୍ ସାଇନ୍ସର ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଭାବେ ଡ ମିଶ୍ର ନିୟୋଜିତ ଅଛନ୍ତି । ନିଜର ଗବେଷଣାରେ ନାମାନ୍ତରଣ (ମ୍ୟୁଟେସନ୍)ର ନିର୍ଦ୍ଦିଷ୍ଟ ଅନୁକ୍ରମ ସ୍ଥିର କରିବାକୁ ଲଙ୍କା ମରୀଚରେ କ୍ରିସପର/ ସିଏଏସ୍୯ର ଏକୈକ ଗୁଣସୂତ୍ର ପ୍ରତିଲିପି ସଂପାଦନା ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରଚେଷ୍ଟିତ ଥିଲେ । ପରବର୍ତୀ ଗବେଷଣା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଡ ମିଶ୍ରଙ୍କୁ ସହାୟତା ପ୍ରଦାନ କରାଯାଇଛି । ଏହି ଗବେଷଣା ଦ୍ୱାରା ଲଙ୍କା ମରୀଚର ନିର୍ଦ୍ଦିଷ୍ଟ ରୋଗର ପ୍ରତିକାର ସମ୍ଭବ ହୋଇପାରିବ । ଡ ମିଶ୍ରଙ୍କ ଏହି ଉଲ୍ଲେଖନୀୟ ସମ୍ମାନ ପାଇଁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ, ରେଜିଷ୍ଟାର ଡ ଅନୀତା ପାତ୍ର ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଅଭିନନ୍ଦନ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର