ଜାମବଣୀ-ନାଉପଡ଼ାରେ ଚଡ଼କ ପର୍ବ ପାଳିତ

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗୋରୁମହିଷାଣୀ ନିକଟସ୍ଥ ଜାମବଣୀ-ନାଉପଡାଠାରେ ଥିବା ବାବା ଝାଡ଼େଶ୍ୱର ଓ ବାବା ତାଳେଶ୍ୱର ଶୈବପୀଠରେ ମହାଆଡମ୍ବର ସହକାରେ ଚଡ଼କ ପର୍ବ ପାଳିତ ହୋଇଯାଇଛି। ଏହି ପର୍ବ ଦୁଇଦିନ ଧରି ପାଳିତ ହୋଇଥିବା ବେଳେ, ଏଥିରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଏହି ପର୍ବର ପ୍ରଥମ ଦିନରେ ଭକ୍ତମାନେ ପ୍ରଥମେ ଜାମୁଡାଳି, ଦ୍ୱିତୀୟରେ କଳସ ଭାର ବୋହି ଗ୍ରାମ ପରିକ୍ରମା କରି ମନ୍ଦିରରେ ଜଳାଭିଷେକ କରିଥାନ୍ତି। ସେହିପରି ଦ୍ୱିତୀୟ ଦିନ ଭୋର ସକାଳୁ ଭକ୍ତମାନେ ପାଟ ନେଇ ଗ୍ରାମ ପରିକ୍ରମା କରିଥାନ୍ତି।

ଏହି ପର୍ବ ଉକ୍ତ ଗ୍ରାମରେ ପ୍ରାୟ ୮୦ ବର୍ଷରୁ ଅଧିକ ହେଲା ହୋଇ ଆସୁଅଛି। ପୂଜା କାର୍ଯ୍ୟକୁ ପୂଜକ ସତ୍ୟବ୍ରତ ଦାସ, ଦେବ ଦାସ, କାଳିଆ ନାନା, ଲକ୍ଷ୍ମୀକାନ୍ତ ଦାସ, ଗୌରୀଶଙ୍କର ଦାସ, ଅଜିତ ଦାସ ପ୍ରମୂଖ ପୂଜାକାର୍ଯ୍ୟ ତୁଲାଇ ଥିଲେ।

ତେବେ ଭକ୍ତଙ୍କ ବିଶ୍ୱାସ ଯେ ଉକ୍ତ ଶୈବପୀଠରେ ଯେଉଁ ଭକ୍ତ ପୂଜା କିମ୍ବା ମାନସିକ କରିଥାଏ ତାହାର ମନସ୍କାମନା ପୂରଣ ହୋଇଥାଏ। ଉକ୍ତ ଚଡକ ପର୍ବକୁ କମିଟିର ଦେବାଶିଷ ପାତ୍ର, ସୁରୁବାବୁ ଗିରି, ଟୁଲୁ ମହାନ୍ତ, ଲିପୁ ସେଠୀ, ସୁରୁନଟ ସେଠୀଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ।

 

ସମ୍ବନ୍ଧିତ ଖବର