ପୁରୀ: ରଥ ନିର୍ମାଣକୁ ନେଇ ଚଳଚଞ୍ଚଳ ରଥଖଳା । ଆଜି ତିନି ରଥର ନାହାକା, ଅଖ ନିର୍ମାଣ ଅନୁକୂଳ ପୂଜା ବିଶ୍ୱକର୍ମା ସେବକଙ୍କ ଦ୍ୱାରା ସମ୍ପୂର୍ଣ୍ଣ କରାଯାଇଛି । ତେବେ ଆସନ୍ତା ବୁଧବାର ପବିତ୍ର ଭଉଁରୀ ତିଥିରେ ଚକା ଡ଼େରା ନୀତି ପାଳିତ ହେବ ।
ସେଥିପାଇଁ ତିନି ରଥର ଗୋଟିଏ ଗୋଟିଏ ନାହାକା ଅଖର ଅନୁକୂଳ ପୂଜା ତିନି ରଥର ମୁଖ୍ୟ ବିଶ୍ୱକର୍ମା ସେବକଙ୍କ ଦ୍ୱାରା କରାଯାଇଛି । ନାହାକା ଅଖର ଦୁଇ ପାର୍ଶ୍ୱ ଗୋଲେଇ କାର୍ଯ୍ୟ ପରେ ମାଠେଣୀ କାର୍ଯ୍ୟ କରାଯାଇଛି । ତାଳଧ୍ୱଜ ରଥର ମୋଟ ୧୪ଟି ଚକ ମଧ୍ୟରୁ ୨ଟି ନାହାକା ଚକ ଏବଂ ୨ଟି ପଡ଼ି ନାହାକା ଚକ ନିର୍ମାଣ ଶେଷ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/ratha-khala-33.jpg)