ସଂକ୍ରମଣକୁ ରୋକିବାକୁ ନବରଙ୍ଗପୁର ସୀମାନ୍ତ ଚନ୍ଦାହାଣ୍ଡି ବ୍ଲକରେ ୫ ଦିନ ସଟଡାଉନ ନକରି ନିୟମ କଡ଼ାକଡ଼ି କରିବାକୁ ଏସଆରସିଙ୍କ ପରାମର୍ଶ

ନବରଙ୍ଗପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ଚନ୍ଦାହାଣ୍ଡି ବ୍ଲକରେ ୫ ଦିନ ସଟଡାଉନ୍ ଘୋଷଣା କରାଯାଇଥିଲା। କିନ୍ତୁ ପରେ ଏସଆରସିଙ୍କ ପରାମର୍ଶ ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ସଟଡାଉନ ପରିବର୍ତ୍ତେ ଏହି ସମୟ ମଧ୍ୟରେ କଡା ନିୟମ କାର୍ଯ୍ୟକାରୀ ହେବ।

ଚନ୍ଦାହାଣ୍ଡି ବ୍ଲକରେ ଗତ ୧୦ ଦିନ ମଧ୍ୟରେ ୧୬୦ରୁ ଉର୍ଦ୍ଧ୍ବ କରୋନାରେ ସଂକ୍ରମିତ ହେଲେଣି। ଛତିଶଗଡ ସୀମାନ୍ତରେ ଥିବା ଚନ୍ଦାହାଣ୍ଡି ବ୍ଲକର ୨ଟି ମୁଖ୍ୟ ରାସ୍ତାକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିବା ବେଳେ ୫୦ରୁ ଉର୍ଦ୍ଧ୍ବ ଗଳାବାଟ ରହିଛି, ଯାହାକୁ ସିଲ୍ କରିବା ସହଜ ନୁହେଁ। ଚନ୍ଦାହାଣ୍ଡି ବ୍ଲକବାସୀଙ୍କ ସହିତ ପଡ଼ୋଶୀ ଛତିଶଗଡର ଗାଁଗୁଡିକ ମଧ୍ୟରେ ସାମାଜିକ ସମ୍ପର୍କ ରହିଥିବାରୁ ଲୋକଙ୍କ ଯିବା ଆସିବା ନିୟମିତ ଚାଲୁ ରହିଛି। ଚନ୍ଦାହାଣ୍ଡି ସଦରମହକୁମା ବ୍ୟବସାୟୀ ସଂଘ ପକ୍ଷରୁ ଚନ୍ଦାହାଣ୍ଡି ବଜାରକୁ ଶନିବାର ଓ ରବିବାର ବ୍ୟବସାୟୀକ ପ୍ରତିଷ୍ଠାନକୁ ବନ୍ଦ ରଖାଯାଇଥିବା ବେଳେ ପୁରା ବ୍ଲକକୁ ସଟଡାଉନ ପାଇଁ ଦାବି ହୋଇଥିଲା।

ସମ୍ବନ୍ଧିତ ଖବର