ଚାନ୍ଦବାଲି ବିଧାୟକଙ୍କ ୨ୟ ଇନିଂସ, ତଦାସା ସାଇଦର୍ଶନୀଙ୍କ ହାତ ଧରିଲେ ବ୍ୟୋମକେଶ ରାୟ

ଚାନ୍ଦବାଲି: ବିବାହ ବନ୍ଧନରେ ଆବନ୍ଧ ହେଲେ ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଓରଫ ବାପି। ବୈବାହିକ ଜୀବନର ଦ୍ୱିତୀୟ ଇନିଂସ ସେ ପୁଣି ଥରେ ଆରମ୍ଭ କରିଛନ୍ତି । ଆଜି ପାରମ୍ପରିକ ରୀତିନୀତି ଅନୁସାରେ ରାଜ୍ୟର ଏକ ପ୍ରସିଦ୍ଧ ୱେଡିଂ ଡେଷ୍ଟିନେସନ (ଚିଲିକାସ୍ଥିତ ଏହି ହୋଟେଲ)ରେ ବାପିରାୟ ବିବାହ କରିଛନ୍ତି ବୋଲି ସୂଚନା ମିଳିଛି । ସେ ଭଦ୍ରକର ଜିଲ୍ଲା ଚାନ୍ଦବାଲି ବ୍ଲକ ଘଟପୁର ଗ୍ରାମର ଅଶୋକ ବଳଙ୍କ ଝିଅ ତଦାସା ସାଇ ଦର୍ଶିନୀ ବଳଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ବିବାହ କରିଛନ୍ତି ।

ଏଠାରେ ପ୍ରକାଶ ଥାଉକି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପୂର୍ବରୁ ନୀଳିମା ପ୍ରଧାନଙ୍କୁ ବିବାହ କରିଥିବା ବେଳେ ତାଙ୍କ ଔରସରୁ ଏକ କନ୍ୟା ଜନ୍ମ ହୋଇଛି । ସେ ଏବେ ୪ବର୍ଷର । ପ୍ରଥମ ପତ୍ନୀ ନୀଳିମାଙ୍କ ୨ବର୍ଷ ତଳେ ମୃତ୍ୟୁ ପରେ ଆଜି ସେ ଦ୍ୱିତୀୟ ବିବାହ କରି ବୈବାହିକ ଜୀବନ ୨ୟ ଇନିଂସ ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର