ଚାନ୍ଦବାଲି: କରୋନା ମହାମାରୀ ପ୍ରକୋପ ଦୀର୍ଘ ୬ ମାସ ହେବ ଜାରି ରହିଥିବା ବେଳେ ଏବେ ଚାନ୍ଦବାଲିରେ ମହାମାରୀ ରୁପ ନେଉଛି । ଚାନ୍ଦବାଲି ତହସିଲ କାର୍ଯ୍ୟାଳୟରେ ତହସିଲଦାର ଓ ଅତିରିକ୍ତ ତହସିଲଦାର କରୋନା ପଜିଟିଭ ଚିହ୍ନଟ ପରେ ତହସିଲଦାର ସୁସ୍ଥ ହୋଇ ଫେରି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଅନ୍ୟପଟେ ଏବେ ବି ଅତିରିକ୍ତ ତହସିଲଦାର ଚିକିତ୍ସାଧୀନ ଅଛନ୍ତି । ତେବେ ଆଜି ତହସିଲ କାର୍ଯ୍ୟାଳୟରେ କିରାଣୀ ଓ ଅନ୍ୟ ଦୁଇ ଜଣ ଡ଼ିଓ ପଜିଟିଭ ଚିହ୍ନଟ ହୋଇଛନ୍ତି । ତହସିଲ କାର୍ଯ୍ୟାଳୟ ଅଧିନ ଚରଦିଆ ରାଜସ୍ୱ ନିରୀକ୍ଷକ, ଯଶିପୁର ରାଜସ୍ୱ ନିରୀକ୍ଷକ ଏବଂ ସାରଣା ରାଜସ୍ୱ ନିରୀକ୍ଷକଙ୍କୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୬ଜଣ କରୋନା ଚିହ୍ନଟ ପରେ ତହସିଲ କାର୍ଯ୍ୟାଳୟରେ ମହାମାରୀ ରୂପ ନେଉଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ତହସିଲଦାର ସୁଶାନ୍ତ ସୂତାର କାର୍ଯ୍ୟାଳୟକୁ ଆମାଗୀ ୪୮ଘଂଟା ପାଇଁ ସଟ୍ଡ଼ାଉନ ଘୋଷଣା କରି ଥିବା ବେଳେ ୩ ଗୋଟି ରାଜସ୍ୱ କାର୍ଯ୍ୟାଳୟ ଚଡ଼ଦିଆ, ସାରଣା ଓ ଯଶିପୁର କୁ ୨୪ଘଂଟା ସଟଡାଉନ୍ ଘୋଷଣା କରିଛନ୍ତି ।
ସୋମବାର ତହସିଲ କାର୍ଯ୍ୟାଳୟ ଖୋଲିବ ବୋଲି ସମ୍ବାଦକୁ ସୂଚନା ଦେଇଛନ୍ତି । ତେବେ ତହସିଲଦାର ସୁଶାନ୍ତ ସୂତାର ସମସ୍ତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ସେହିପରି ଚାନ୍ଦବାଲି ବ୍ଳକ କାର୍ଯ୍ୟାଳୟରେ ଜଣଙ୍କୁ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେହିପରି ମାଧପୁର ଗ୍ରାମପଂଚାୟତ ୫ନମ୍ବର ୱାର୍ଡ଼ ମେମ୍ବର ସୁବ୍ରତ ପଣ୍ଡା ପଜିଟିଭ ଚିହ୍ନଟ ହୋଇଥିବା ସୁଚନା ଦେଇଛନ୍ତି ।
ମାଧପୁରର ସଂଗରୋଧ କେନ୍ଦ୍ରରେ ଜଣେ ସକ୍ରିୟ ଯୋଦ୍ଧା ଭାବରେ ନିଜକୁ ନିୟୋଜିତ କରିଥିବା ବେଳେ ବନ୍ୟା ସମୟରେ ଲୋକମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷା ଦେଇଥିବା ବେଳେ ଆଜି ସେ ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/images-12.jpg)