ଖୋର୍ଦ୍ଧା: ଅନେକ ବର୍ଷ ପରେ ଖୋର୍ଦ୍ଧା ଗ୍ରାମାଞ୍ଚଳ ପୁଲିସ ଜିଲ୍ଲାରେ ପୁଲିସ ଅଧିକାରୀସ୍ତରରେ ଏକ ବଡ଼ଧରଣର ଅଦଳବଦଳ ହୋଇଛି। ମିଳିଥିବା ସୂଚନାନୁସାରେ, ଜଙ୍କିଆ ଥାନା ଅଧିକାରୀ ଇନ୍ସପେକ୍ଟର ଦିଗ୍‌ବିଜୟ ବିଶ୍ୱାଳଙ୍କୁ ଟାଙ୍ଗୀ ଥାନା ଅଧିକାରୀ ଭାବେ ବଦଳି ହୋଇଥିବା ବେଳେ ସଦର ଥାନା ଅଧିକାରୀ ଇନ୍ସପେକ୍ଟର ଅନିତା ସାହୁଙ୍କୁ ଜଙ୍କିଆ ଥାନା ଆଇଆଇସି, ବୋଲଗଡ଼ ଆଇଆଇସି ଇନସପେକ୍ଟର ବବିତା ନାୟକଙ୍କୁ ଖୋର୍ଦ୍ଧା ସଦର ଥାନା ଆଇଆଇସି ଭାବେ ବଦଳି ହୋଇଥିବା ବେଳେ ବାଣପୁର ଆଇଆଇସି ରଶ୍ମୀରଂଜନ ସାହୁଙ୍କୁ ବୋଲଗଡ଼ ଆଇଆଇସି ଭାବେ ବଦଳି ହୋଇଛି। ବାଣପୁର ଥାନା ଅଧିକାରୀ ଭାବେ ଅତିରିକ୍ତ ଆଇଆଇସି କୃଷ୍ଣଚନ୍ଦ୍ର ସ୍ୱାଇଁ ଦାୟିତ୍ୱ ସମ୍ଭାଳିବେ। ସେହିଭଳି ବାଘମାରୀ ଥାନା ଆଇଆଇସି ଅର୍ଚ୍ଚନା ମଲ୍ଲିକ ଖୋର୍ଦ୍ଧା ପୁଲିସ ମୁଖ୍ୟାଳୟ ବଦଳି ହୋଇଛି, ସେ ଡିଏଚ୍ଆର୍ପିସିର ଡିପିଓ ଭାବେ ଦାୟିତ୍ୱ ସମ୍ଭାଳିବେ। ଖୋର୍ଦ୍ଧା ଟାଉନ୍ ଥାନାର ଅତିରିକ୍ତ ଆଇଆଇସି ପ୍ରଜ୍ଞା ଋତମ୍ଭରା କରଙ୍କୁ ବାଘମାରୀ ଆଇଆଇସି ଭାବେ ବଦଳି ହୋଇଥିବା ବେଳେ ଜିଲ୍ଲା ପୁଲିସ ମୁଖ୍ୟାଳୟର ଇନସପେକ୍ଟର ଶମ୍ଭୁନାଥ ନାୟକଙ୍କୁ ବେଗୁନିଆ ଥାନାର ଅତିରିକ୍ତ ଆଇଆଇସି ଭାବେ ବଦଳି ହୋଇଛି।

Advertisment

ସବ୍ଇନସପେକ୍ଟର ସ୍ତରରେ ସଦର ଥାନାର ଏସ୍ଆଇ ପବିତ୍ର ମୋହନ ପ୍ରଧାନଙ୍କୁ ବାଲୁଗାଁ ଥାନାକୁ ବଦଳି ହୋଇଥିବା ବେଳେ ବାଙ୍କୋଇ ଆଉଟ୍‌ପୋଷ୍ଟର ଅଧିକାରୀ ଏସ୍ଆଇ ବିନାୟକ ମନ୍ତ୍ରୀଙ୍କୁ ବୋଲଗଡ଼ ଥାନା, ବାଲୁଗାଁ ଥାନାର ଏସ୍ଆଇ ଲିଲି ପାଢ଼ୀଙ୍କୁ ବୋଲଗଡ଼ ଥାନା, ବୋଲଗଡ଼ ଥାନାର ଏସ୍ଆଇ ସୁଜାତା ପଲାଇଙ୍କୁ ଟାଙ୍ଗୀ ଥାନା, ଖୋର୍ଦ୍ଧା ଟାଉନ ଥାନାର ଏସ୍ଆଇ ବିଜୟ କୁମାର ଜେନାଙ୍କୁ ସଦର ଥାନା ବଦଳି ହୋଇଛି। ସହକାରୀ ସବ୍ଇନ୍ସପେକ୍ଟର ସ୍ତରରେ, ଖୋର୍ଦ୍ଧା ସଦର୍ ଥାନାର ଏଏସ୍ଆଇ ଶ୍ରୀମତି ମଲ୍ଲିକଙ୍କୁ ବାଣପୁର ଥାନା, ଖୋର୍ଦ୍ଧା ଟାଉନ୍ ଥାନାର ଏଏଆଇ ଅକ୍ଷୟ ସେଠୀଙ୍କୁ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ, ବାଘମାରୀ ଥାନାର ଏଏସ୍ଆଇ ପୁରୁଷୋତ୍ତମ ସାହୁଙ୍କୁ ଜିଲ୍ଲାର ଗୁଇନ୍ଦା ବିଭାଗ, ବାଣପୁର ଥାନା ଏଏସ୍ଆଇ ଶ୍ରୀନିବାସ ପ୍ରଧାନଙ୍କୁ ବାଙ୍କୋଇ ଆଉଟ୍‌ପୋଷ୍ଟର ଅଧିକାରୀ, ରିଜର୍ଭ କାର୍ଯ୍ୟାଳୟର ଏଏସ୍ଆଇ ଏଲ୍ଡି ପଣ୍ଡାଙ୍କୁ ବାଣପୁର ଥାନା, ସିକୋ ଆଉଟ୍‌ପୋଷ୍ଟର ଏଏସ୍ଆଇ ପ୍ରମୋଦ କୁମାର ଦଳାଇଙ୍କୁ ଜଙ୍କିଆ ଥାନା, ନିରାକାରପୁର ଆଉଟ୍‌ପୋଷ୍ଟର ଏଏସ୍ଆଇ ପ୍ରଗତି କୁମାର ଛଟୋଇଙ୍କୁ ବୋଲଗଡ଼ ଥାନା, ବାଣପୁର ଥାନାର ଏଏସ୍ଆଇ ରମାକାନ୍ତ ପୁହାଣଙ୍କୁ ବାଘମାରି ଥାନାକୁ ବଦଳି ହୋଇଛି।