ବଦଳୁଛି ରାଜନୈତିକ ସମୀକରଣ

ଲୋକେ ସ୍ୱତଃ ସାମିଲ ହେଉଛନ୍ତି : ବିଜେଡି<କେହି ଦଳ ଛାଡ଼ି ନାହାନ୍ତି: ବିଜେପି

ରିଆମାଳ:ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଦେବଗଡ଼ ଜିଲ୍ଲାରେ ରାଜନୈତିକ ସମୀକରଣ ବଦଳୁଛି। ଗତ ସାଧାରଣ ନିର୍ବାଚନରେ ବିଜେପି, ବିଜେଡିଠାରୁ ୩୦ ହଜାରରୁ ଅଧିକ ଭୋଟରେ ଆଗୁଆ ରହି ବିଜୟୀ ହୋଇଥିଲା। ଦେବଗଡ଼ ଏକକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଧୀରେ ଧୀରେ ଚିତ୍ର ବଦଳୁଥିବା ରାଜନୈତିକ ବିଶ୍ଳେଷକ ଆଲୋଚନା କରୁଛନ୍ତି। ଆଗାମୀ ସାକ୍ଷାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସାଂଗଠନକୁ ଦୃଢ଼ କରୁଥିବା ପରିଲକ୍ଷିତ ହେଉଛି। ତଳ ସ୍ତରରୁ ଦଳକୁ ସଜାଡିବାରେ ଲାଗିଥିବା ଦେଖାଯାଉଛି। ରିଆମାଳ ବ୍ଲକରେ ସାଂଗଠାନିକ କ୍ଷେତ୍ରରେ ବିଜେଡି ଆଗୁରା ରହିଥିବାବେଳେ ବାରକୋଟ ଓ ତିଲେଇବଣୀ ବ୍ଲକରେ ମଧ୍ୟ ଟକ୍କର ଦେବା ଭଳି ସ୍ଥିତିକୁ ଆସିଯାଇଛି। ବିଜେପିରେ ଅନ୍ତକନ୍ଦଳ ଲାଗ ରହିଥିବା କୁହାଯାଉଛି। ବିଜେଡି ଏହାର ଫାଇଦା ନେଉଥିବା ଦେଖା ଯାଉଛି।

ବହୁ ଦଳୀୟ କର୍ମୀ ବିଜେପିର ହାତ ଛାଡି ବିଜେଡିମୁହାଁ ହୋଇଥିବା ଦେଖାଯାଉଛି। ବିଜେପିର ବହୁ କର୍ମୀଙ୍କୁ ଏ ବିଷୟରେ ପଚାରିବାରୁ ଦଳରେ ସେମାନଙ୍କ କଥା ରହୁନାହିଁ, ପଦପଦବିକୁ ଜାବୁଡ଼ି ଧରି ବହୁ ଲୋକ ନିଜ ମନମୁଖୀ କାର୍ଯ୍ୟ କରୁନ୍ତି। ତ୍ରୁଣମୂଳ ସ୍ତରର କର୍ମୀଙ୍କୁ ସଂପୂର୍ଣ୍ଣ ଅଣଦେଖା କରାଯାଉଛି। ତ୍ରୁଣମୂଳ ସ୍ତରର କର୍ମୀଙ୍କୁ କେବଳ ପତାକା ଧରିବା, ପୋଷ୍ଟର ମାରିବା କାର୍ଯ୍ୟରେ ବ୍ୟବହାର କରାଯାଉଛି ବୋଲି ଅଭିଯୋଗ ହେଉଛି। ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁଙ୍କୁ ପଚାରିବାରେ ବିଜେପିର ବର୍ତ୍ତମାନ ସ୍ଥିତି ବହୁ ଭଲ ଅଛି। କୌଣସି ସଦସ୍ୟ ଦଳ ଛାଡ଼ି ନାହାନ୍ତି। ଯିଏ ବି ଯାଇଛି ସେ ଦଳର ପ୍ରାଥମିକ ସଦସ୍ୟ ନୁହେଁ। ୨୦୧୯ ନିର୍ବାଚନ ପାଇଁ ଦଳ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି। ସେହିଭଳି ଯୁବ ବିଜେଡି ନେତା ଇଂ ଚିତରଂଜନ ପ୍ରଧାନଙ୍କୁ ପଚାରିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ ପାଇଁ ସାଧାରଣ ଲୋକ ଉପକୃତ ହେଉଛନ୍ତି। ଫଳରେ ଲୋକେ ସ୍ୱତଃ ଦଳରେ ସାମିଲ ହେଉଛନ୍ତି।

ସମ୍ବନ୍ଧିତ ଖବର